ପତ୍ନୀ ଚାହାନ୍ତିନି ମୁଁ ରାଜନୀତିରେ ପଶେ: ରାଜନ

ରାହୁଲ ବୁଦ୍ଧିମାନ ଏବଂ ସାହସୀ

ନୂଆଦିଲ୍ଲୀ: ରାଜନୀତିରେ ପ୍ରବେଶ କରିବା ବା କଂଗ୍ରେସ ‌ଦଳରେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଯୋଗଦେବା ନେଇ ଗତ କିଛିବର୍ଷ ହେଲା ହେଉଥିବା କଳ୍ପନାଜଳ୍ପନାରେ ପୂର୍ଣ୍ଣଛେଦ ପଡ଼ିଛି। ନିଜେ ରାଜନ୍ ଏହି ଆଲୋଚନାରେ ବିରାମ ଲଗାଇଛନ୍ତି। ତାଙ୍କ ପତ୍ନୀ ଏବଂ ପରିବାର ଚାହାନ୍ତିନି ସେ ରାଜନୀତିକୁ ଆସନ୍ତୁ ବୋଲି ଏକ ସାକ୍ଷାତକାରରେ ରାଜନ୍ କହିଛନ୍ତି।

ରାଜନୀତିରେ ଯୋଗ‌େଦବା ପରିବର୍ତ୍ତେ ଯେଉଁ କ୍ଷେତ୍ରରେ ମୁଁ ପାରିବି ସେ କ୍ଷେତ୍ରରେ ମାର୍ଗଦର୍ଶନ କରିବାକୁ ଆଗ୍ରହୀ। ତାହା ମଧ୍ୟ କରିବାକୁ ମୁଁ ପ୍ରୟାସ କରୁଛି। ଦ ପ୍ରିଣ୍ଟ୍‌କୁ ଦେଇଥିବା ଏକ ସ୍ବତନ୍ତ୍ର ସାକ୍ଷାତକାରରେ ରାଜନ କହିଛନ୍ତି ମୁଁ ବାରମ୍ବାର ଏହା କହିଛି ଯେ ମୁଁ ଜଣେ ଶିକ୍ଷାକ୍ଷେତ୍ରର ବ୍ୟକ୍ତି। ମୋ କାର୍ଯ୍ୟ ଲୋକଙ୍କ ସମର୍ଥନ ସଂଗ୍ରହ କରିବା ନୁହେଁ। ତଥାପି ଲୋକମାନେ ମୋତେ ବିଶ୍ବାସ କରୁନାହାନ୍ତି। ଏଥିସହିତ ତାଙ୍କ ପତ୍ନୀ ଓ ପରିବାର ମଧ୍ୟ ଚାହାନ୍ତିନି ସେ ରାଜନୀତିରେ ପ୍ରବେଶ କରନ୍ତୁ ବୋଲି ରାଜନ ସ୍ପଷ୍ଟ କରିଛନ୍ତି। ତେବେ ମୁଁ ସରକାରରେ ଥାଏ କିମ୍ବା ନଥାଏ ଯେଉଁଠି ଦେଖେ ସରକାରୀ ନୀତି ଭୁଲ ବାଟରେ ଯାଉଛି ସେଠାରେ ମୁଁ ସେ ବିଷୟରେ କୁହେ।

ରାହୁଲ ବୁଦ୍ଧିମାନ ଏବଂ ସାହସୀ
ମୋଦୀ କ୍ଷମତାକୁ ନଆସିଲେ ବି ଆର୍ଥିକ ନୀତି ଜାରି ରହିବ

ରାହୁଲ ଗାନ୍ଧୀଙ୍କ ସହିତ ତାଙ୍କର ଉତ୍ତମ ସଂପର୍କ ଥିବାବେଳେ‌ ସେ ତାଙ୍କୁ ପରାମର୍ଶ ଦିଅନ୍ତି କି ନାହିଁ ବିଷୟରେ ପ୍ରଶ୍ନ ହେବାରୁ ରାଜନ କହିଛନ୍ତି, ରାହୁଲଙ୍କୁ ଅଧିକାଂଶ ସମୟରେ ଏଭଳି ଢଙ୍ଗରେ ଚିତ୍ରିତ କରାଯାଇଥାଏ ଯେପରିକି ତାଙ୍କ ନିକଟରେ ଚିନ୍ତା କରିବା ଏବଂ ନେତୃତ୍ବ ନେବାର କ୍ଷମତା ନାହିଁ। ରାହୁଲ ବୁଦ୍ଧିମାନ ଏବଂ ସାହସୀ ହୋଇଥିବା ସତ୍ତ୍ବେ ତାଙ୍କୁ ଏଭଳି ଦର୍ଶାଯାଇଥାଏ। ରାହୁଲଙ୍କୁ ଲୋକ ଯେପରି ଭାବୁଛନ୍ତି ସେପରି ଭାବିବା ଉଚିତ ନୁହେଁ। ଏହି ପରିବାର ତାଙ୍କ ଜେଜେମାଙ୍କୁ ହତ୍ୟା କରାଯାଇଥିବା ଏବଂ ବାପାଙ୍କୁ ବିସ୍ଫୋରଣରେ ଉଡ଼ାଇ ଦିଆଯାଇଥିବା ଦେଖିଛି ବୋଲି ରାଜନ କହିଛନ୍ତି। ସେହିଭଳି ବ୍ଲୁମ୍‌ବର୍ଗକୁ ଦେଇଥିବା ଅନ୍ୟ ଏକ ସାକ୍ଷାତକାରରେ ରାଜନ କହିଛନ୍ତି, ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୁଅନ୍ତୁ କିମ୍ବା ନହୁଅନ୍ତୁ ଭାରତର ଆର୍ଥିକ ନୀତିର ପଥ ଜାରି ରହିବ। ଯେଉଁ ସରକାର ଆସୁନା କାହିଁକି ଅନେକ ଭଲ ଜିନିଷ ଅବ୍ୟାହତ ରଖିବ ବୋଲି ରାଜନ କହିଛନ୍ତି।

ସମ୍ବନ୍ଧିତ ଖବର