ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍ ସଂକ୍ରମଣ ବୃଦ୍ଧି ଘଟୁଥିବା ହେତୁ ବ୍ୟାଙ୍କ୍ମାନଙ୍କରୁ ଟଙ୍କା ଉଠାଇବା ପାଇଁ ‘ଇଣ୍ଡିଆନ୍ ବ୍ୟାଙ୍କ୍ ଆସୋସିଏସନ୍’ ଶନିବାର ଠାରୁ ନୂଆ ନିୟମ ପ୍ରଚଳନ କରିଛି। ବ୍ୟାଙ୍କ୍ରେ ଗହଳି ନ କରି ଗ୍ରାହକମାନେ ଇଲେକ୍ଟ୍ରୋନିକ୍ ଟ୍ରାଞ୍ଜାକ୍ସନ୍ ଜରିଆରେ କାରବାର କରନ୍ତୁ ବୋଲି ‘ଆଇବିଏ’।
ବ୍ୟାଙ୍କ୍ରେ ଗହଳି କମାଇବାକୁ ବ୍ୟାଙ୍କ୍ମାନେ ଗ୍ରାହକମାନଙ୍କ ଆକାଉଣ୍ଟ୍ ନମ୍ବର ଅନୁସାରେ ଟଙ୍କା ଉଠାଣ ତାରିଖ ଧାର୍ଯ୍ୟ କରିଛନ୍ତି।
ନୂତନ ନିୟମ ଅନୁସାରେ ଆକାଉଣ୍ଟ୍ ନମ୍ବରର ଶେଷ ସଂଖ୍ୟା ‘୦’ ଓ ‘୧’ ଥିବା ଗ୍ରାହକମାନେ ମେ ୪ ତାରିଖ ଦିନ ଟଙ୍କା ଉଠାଇ ପାରିବେ।
ସେମିତି ଆକାଉଣ୍ଟ୍ ନମ୍ବରର ଶେଷ ସଂଖ୍ୟା ‘୨’ ଓ ‘୩’ ଥିବା ଗ୍ରାହକମାନେ ମେ ୫ ତାରିଖ ଦିନ ଟଙ୍କା ଉଠାଇ ପାରିବେ।
ଆକାଉଣ୍ଟ୍ ନମ୍ବରର ଶେଷ ସଂଖ୍ୟା ‘୪’ ଓ ‘୫’ ଥିବା ଗ୍ରାହକମାନେ ମେ ୬ ତାରିଖ ଦିନ ଟଙ୍କା ଉଠାଇ ପାରିବେ।
ଆକାଉଣ୍ଟ୍ ନମ୍ବରର ଶେଷ ସଂଖ୍ୟା ‘୬’ ଓ ‘୭’ ଥିବା ଗ୍ରାହକମାନେ ମେ ୭ ତାରିଖ ଦିନ ଟଙ୍କା ଉଠାଇ ପାରିବେ।
ଆକାଉଣ୍ଟ୍ ନମ୍ବରର ଶେଷ ସଂଖ୍ୟା ‘୮’ ଓ ‘୯’ ଥିବା ଗ୍ରାହକମାନେ ମେ ୮ ତାରିଖ ଦିନ ଟଙ୍କା ଉଠାଇ ପାରିବେ।
ଆକାଉଣ୍ଟ୍ ନମ୍ବରର ଶେଷ ସଂଖ୍ୟା ‘୧୦’ ଓ ‘୧୧’ ଥିବା ଗ୍ରାହକମାନେ ମେ ୧୧ ତାରିଖ ଦିନ ଟଙ୍କା ଉଠାଇ ପାରିବେ।
ଏହି ବ୍ୟବସ୍ଥା ମେ ୧୧ ତାରିଖ ଯାଏଁ ବଳବତ୍ତର ରହିବ ବୋଲି ‘ଆଇବିଏ’ ସ୍ପଷ୍ଟ କରିଦେଇଛି। ଏହାପରେ ଆକାଉଣ୍ଟ୍ ନମ୍ବର ପାଇଁ ତାରିଖ କଟକଣା ଉଠିଯିବ। ଯେକୌଣସି ଗ୍ରାହକ ଯେକୌଣସି ଦିନ ସେମାନଙ୍କ ଆକାଉଣ୍ଟ୍ରୁ ଟଙ୍କା ଉଠାଇ ପାରିବେ।
ଏହି ବ୍ୟବସ୍ଥା ହେବାର କାରଣ ହେଉଛି ଏପ୍ରିଲ୍ ମାସରେ ଗୁଡ଼ାଏ ଗ୍ରାହକ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ୍ ସମ୍ମୁଖରେ ଧାଡ଼ି ବାନ୍ଧିବାରୁ ଶାରୀରିକ ଦୂରତା ବଜାୟ ରଖିବା କଷ୍ଟସାଧ୍ୟ ହୋଇଥିଲା। କୌଣସି ଶୁଳ୍କ ପଡୁ ନ ଥିବାରୁ ଗ୍ରାହକମାନେ ଏଟିଏମ୍ରୁ ଟଙ୍କା ଉଠାନ୍ତୁ ବୋଲି ‘ଆଇବିଏ’ ଗ୍ରାହକମାନଙ୍କୁ ପରାମର୍ଶ ଦେଇଛି।