ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ଆଇବିଏମ୍ର ସିଇଓ ଅରବିନ୍ଦ କ୍ରିଷ୍ଣାଙ୍କ ସହିତ ଆଲୋଚନା କରିଛନ୍ତି। ଭାରତର ୨୦୦ଟି ବିଦ୍ୟାଳୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରିତ ପାଠ୍ୟଖସଡ଼ା ପ୍ରସ୍ତୁତ କରିବାରେ ସିବିଏସଇ ସହିତ ମିଶି ଆଇବିଏମ ନେଇଥିବା ପଦକ୍ଷେପକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତରେ ନିବେଶ କରିବା ଲାଗି ଏହା ଶ୍ରେଷ୍ଠ ସମୟ। ଉଭୟଙ୍କ ମଧ୍ୟରେ ଡାଟା ସୁରକ୍ଷା, ସାଇବର ଆକ୍ରମଣ, ଗୋପନୀୟତା ପ୍ରସଙ୍ଗରେ ଚିନ୍ତା ଏବଂ ସ୍ବାସ୍ଥ୍ୟ ପାଇଁ ଯୋଗର ଉପକାରିତା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା।
ଆଇବିଏମ୍ ସିଇଓ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା
/sambad/media/post_attachments/wp-content/uploads/2020/07/sf98h798f7hf98hsfsfhsfhsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)