ଲଞ୍ଚ ହେଲା ୟୁସି ବ୍ରାଉଜରର ଭାରତୀୟ ବିକଳ୍ପ ଆଇସି ବ୍ରାଉଜର; ହେଲାଣି ୪ ଲକ୍ଷ ଡାଉନଲୋଡ୍

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ଆଡକୁ ଗୋଟିଏ ପାଦ । ଲଞ୍ଚ ହେଲା ଦେଶର ପ୍ରଥମ ଦେଶୀ ବ୍ରାଉଜର ଆଇସି ବ୍ରାଉଜର । ଏହାକୁ ଆଣିଛନ୍ତି ଟାଟା କମ୍ପାନୀର ଜଣ ପୂର୍ବତନ କର୍ମଚାରୀ । ତେବେ ସବୁଠାର ଆଶ୍ଚର୍ଯ୍ୟଜନକ କଥା ହେଲା ଏହି ଆପ୍ ଲଞ୍ଚ ହେବାର କିଛି ଘଣ୍ଟା ମଧ୍ୟରେ ୪ ଲକ୍ଷରୁ ଅଧିକ ଲୋକ ଏହାକୁ ଡାଉନଲୋଡ କରିଛନ୍ତି । ଏହି ଆପ ଚାଇନାର ୟୁସି ବ୍ରାଉଜରର ବିକଳ୍ପ ଭାବେ ଉଭା ହୋଇଛି ।

ଭାରତରୁ ଚାଇନା ଆପରୁ ଡାଟା ଚୋରିକୁ ରୋକିବାକୁ ଆଇସି ବ୍ରାଉଜର ଆପ ପ୍ରସ୍ତୁତ ହୋଇଛି । ଏହାର ସର୍ଭର ଭାରତରେ ଥିବାରୁ ଏଥିରୁ ଡାଟା ଚୋରି ହେବାର ଆଶଙ୍କା ନାହିଁ । ଏହାସହ ଏହାର ଏକ ଭଲ ଫିଚର ହେଉଛି ଏଥିରେ କିଛି ବି ତଥ୍ୟ ସେଭ ହୋଇ ରହେ ନାହିଁ ବୋଲି କୁହାଯାଉଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହାକୁ ବ୍ୟବହାର କରିବା ପରେ ଖୋଜା ଯାଇଥିବା ତଥ୍ୟ ଆପେ ଆପେ ହିଷ୍ଟ୍ରିରୁ ଡିଲିଟ ହୋଇଯାଏ । ଏଥିରେ ଏକ ସର୍ଟ ଭିଡିଓ ଆପ ମଧ୍ୟ ଅଛି ଯାହା ଚାଇନା ଭିଡିଓ ଟିକଟକ ଠାରୁ ଅଧିକ ଲୋକପ୍ରିୟ ହେବ ବୋଲି କୁହାଯାଉଛି । ଏହାସହ ସର୍ଟ ନ୍ୟୁଜ ଫିଚର ମଧ୍ୟ ଅଛି । ଏଥିରେ ଟ୍ରେଣ୍ଡ ନ୍ୟୁଜ ବିଷୟରେ ମଧ୍ୟ ଖୁବ ଶୀଘ୍ର ସୂଚନା ମିଳିଥାଏ।

ତେବେ ଭାରତରେ ୟୁସି ବ୍ରାଉଜର ବ୍ୟାନ୍ ହେବା ପରେ ଏବେ ଏହି ଆପର ଚାହିଦା ବଢିଛି । ଏହାସହ ଏହା ଏକ ଦେଶୀ ଆପ ହୋଇଥିବାରୁ ଏହା ଲୋକଙ୍କ ପ୍ରଥମ ପସନ୍ଦ ରହିବ ବୋଲି କୁହାଯାଉଛି । ଆଜି ଏହା ଲଞ୍ଚ ହେବା ପରେ ପ୍ରାୟ ୪ ଲକ୍ଷରୁ ଅଧିକ ଲୋକ ଏହାକୁ ଡାଉନଲୋଡ କରିଥିଲେ ।

ସମ୍ବନ୍ଧିତ ଖବର