ଭୁବନେଶ୍ବର: ଆଇସିଏଫ୍ଏଆଇ ଫାଉଣ୍ଡେସନ ଫର ହାୟର ଏଜୁକେସନ୍, ଡିମ୍ଡ ୟୁନିଭର୍ସିଟି ପକ୍ଷରୁ ବିଶାଖାପାଟଣାର ଆନ୍ଧ୍ରପ୍ରଦେଶ ମେଡ୍ଟେକ୍ ଜୋନ୍ (ଏଏମ୍ଟିଜେଡ୍) ସହିତ ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର କରାଯାଇଛି। ଏହା ଜରିଆରେ ଏଏମ୍ଟିଜେଡ୍ରେ କାର୍ଯ୍ୟ କରୁଥିବା ବୈଜ୍ଞାନିକମାନେ ପାର୍ଟ ଟାଇମ୍ ପିଏଚ୍ଡି ପ୍ରୋଗ୍ରାମ ସୁବିଧା ପାଇପାରିବେ। ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ଡକ୍ଟର ବିଜୟଲକ୍ଷ୍ମୀ ଓ ଏଏମ୍ଟିଜେଡ୍ର ଏମ୍ଡି ଓ ସିଇଓ ଡକ୍ଟର ଜିତେନ୍ଦ୍ର ଶର୍ମା ବୁଝାମଣାପତ୍ରରେ ସ୍ବାକ୍ଷର କରିଛନ୍ତି। ଏହି ଅବସରରେ ନିତି ଆୟୋଗର ଅତିରିକ୍ତ ସଚିବ ଡକ୍ଟର ରାକେଶ ସରୱାଲ୍, ଆଇସିଏଫ୍ଏଆଇ ଗ୍ରୁପ୍ର ବରିଷ୍ଠ ଉପଦେଷ୍ଟା ପ୍ରଫେସର ଏ ବେଦପୁରୀଶ୍ବର, ଆଇସିଏଫ୍ଏଆଇ ବିଜନେସ୍ ସ୍କୁଲର ଡିନ୍ ପ୍ରଫେସର ସି ଏସ୍ ଶ୍ୟାଲାଜାନ୍, ଇନଷ୍ଟିଚ୍ୟୁଟ୍ ଅଫ୍ ଇନୋଭେସନ୍ କାଉନ୍ସିଲ୍ର ସଭାପତି ପ୍ରଫେସର ଏମ୍ ସାଇନାଥ ଉପସ୍ଥିତ ଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp