ନୂଆଦିଲ୍ଲୀ: ବ୍ରିଟେନର କେସ୍ ସେଣ୍ଟର ପକ୍ଷରୁ ପ୍ରସ୍ତୁତ ୫୦ଟି ଶ୍ରେଷ୍ଠ ବିକ୍ରି ହୋଇଥିବା ବହିର ଲେଖକଙ୍କ ମଧ୍ୟରେ ଆଇସିଏଫଏଆଇ ବିଜ୍ନେସ୍ ସ୍କୁଲର ଲେଖକ ଶ୍ରେଷ୍ଠ ୩ଟି ଯାକ ସ୍ଥାନ ହାସଲ କରି ପ୍ରତିଷ୍ଠାନ ପାଇଁ ଏକ ବିରଳ ସଫଳତା ଆଣିଛନ୍ତି। ୨୦୨୦-୨୧ ବର୍ଷ ପାଇଁ ଆଇସିଏଫଏଆଇ ବିଜନେସ ସ୍କୁଲ ହାଇଦ୍ରାବାଦର ଲେଖକ ସ୍ବର୍ଗତ ଡ ଦେବପ୍ରତିମ ପୁରକାୟସ୍ଥ କ୍ରମାଗତଭାବେ ଷଷ୍ଠ ବର୍ଷ ପାଇଁ ପ୍ରଥମ ସ୍ଥାନରେ ରହିଛନ୍ତି। ବିଶ୍ବର ୮୮୦୦ ଜଣ ଲେଖକଙ୍କ ମଧ୍ୟରେ ସେ ପ୍ରଥମ ସ୍ଥାନରେ ଅଛନ୍ତି। ସେହିଭଳି ଇନ୍ଦୁ ପେରୁ ଦ୍ବିତୀୟ ଏବଂ ସେଦା ମସିହା କମର ତୃତୀୟ ସ୍ଥାନ ହାସଲ କରିଛନ୍ତି। ୨୦୧୫-୧୬ରେ ଏହି ତାଲିକା ପ୍ରକାଶ ପାଇବା ଦିନଠାରୁ ଆଇସିଏଫଏଆଇ ବିଜନେସ୍ ସ୍କୁଲ ପ୍ରଥମ ଥର ପାଇଁ ଶୀର୍ଷ ୩ଟି ଯାକ ସ୍ଥାନ ହାସଲ କରିଛି। ସର୍ବାଧିକ ବିକ୍ରି ହୋଇଥିବା ବହିର ଲେଖକଙ୍କ ମଧ୍ୟରେ ଚଳିତବର୍ଷ ଆଇସିଏଫଏଆଇ ବିଜନେସ୍ ସ୍କୁଲର ୭ ଜଣ ଲେଖକ ରହିଛନ୍ତି। ସେହି ଲେଖକମାନେ ହେଲେ ସଂଜୀବ ଦତ୍ତ (୩୦ତମ), ଭି ଭି ମୁରଲୀଧର (୩୨ତମ), ଜିତେଶ ନାୟାର (୩୩ତମ), ଭି ନମ୍ରତା ପ୍ରସାଦ (୪୯ତମ)।
କେସ୍ ସେଣ୍ଟର ଶ୍ରେଷ୍ଠ ୫୦ ଲେଖକ ତାଲିକାର ଶୀର୍ଷ ୩ ସ୍ଥାନରେ ଆଇସିଏଫଏଆଇ ବିଜ୍ନେସ ସ୍କୁଲ
/sambad/media/post_attachments/wp-content/uploads/2021/10/654dg654ag65dgdagdagdagdagdaggda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)