ଆଇସିଆଇସିଆଇ ଏକାଡେମିରେ ୧୪୦୦ ମହିଳାଙ୍କୁ ପ୍ରଶିକ୍ଷଣ

ଭୁବନେଶ୍ବର: କଟକ ରୋଡ୍‌ଠାରେ ଥିବା ଆଇସିଆଇସିଆଇ ଏକାଡେମି ଫର୍‌ ସ୍କିଲସ୍‌ରେ ବର୍ତ୍ତମାନ ସୁଦ୍ଧା ୧୪୦୦ରୁ ଅଧିକ ଅବହେଳିତ ବର୍ଗର ଯୁବତୀଙ୍କୁ ଦକ୍ଷତା ପ୍ରଶିକ୍ଷଣ ପ୍ରଦାନ କରାଯାଇସାରିଲାଣି। ଏବେ ଏହି ଏକାଡେମିରେ ଦୁଇଟି ବ୍ୟାଚ୍‌ରେ ୧୦୦ ଜଣ ଯୁବତୀ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି। ଏଠାରେ ଅଫିସ୍‌ ଆଡ୍‌ମିନିଷ୍ଟ୍ରେସନ୍‌ ଉପରେ ତିନି ମାସିଆ ପାଠ୍ୟକ୍ରମ ପ୍ରଦାନ କରାଯାଉଛି। ଦଶମ ପାସ କରିଥିବା ୧୮ରୁ ୩୦ ବର୍ଷ ବୟସର ଯୁବତୀଙ୍କୁ ଏଠାରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ୨୦୧୫ ଜୁଲାଇରେ ଏହି ଏକାଡେମି ସ୍ଥାପନ କରାଯାଇଥିଲା। ସର୍ବଭାରତୀୟ ସ୍ତରରେ ଏଭଳି ୨୫ଟି ଏକାଡେମି ରହିଛି। କିନ୍ତୁ ଭୁବନେଶ୍ବର ଏକାଡେମିର ସ୍ବାତନ୍ତ୍ର ହେଉଛି ଏଠାରେ କେବଳ ଯୁବତୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଅନ୍ୟ କେନ୍ଦ୍ରଗୁଡ଼ିକୁ ପାଖାପାଖି ୧୨ ପ୍ରକାର ପାଠ୍ୟକ୍ରମ ଉପରେ ପ୍ରଶିକ୍ଷଣ ଦିଆଯାଉଛି।

ସମ୍ବନ୍ଧିତ ଖବର