ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ସ୍ୱତନ୍ତ୍ର ମୌସୁମୀ ଅଫର ଘୋଷଣା

ଭୁବନେଶ୍ୱର: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କର ସ୍ୱାସ୍ଥ୍ୟ ଓ ୱେଲନେସ, ଫିଟନେସ୍, ଗ୍ରୋସରି, ଖାଦ୍ୟ ବରାଦ, ମନୋରଂଜନ ଓ ଇ-ରିଡିଂ ଆବଶ୍ୟକତା ପୂରଣ କରିବା ଲାଗି ସ୍ୱତନ୍ତ୍ର ମୌସୁମୀ ଅଫର ଘୋଷଣା କରାଯାଇଛି । “ଆଇଡିଲାଇଟସ୍ ମନସୁନ୍ ମ୍ୟାଜିକ୍ ବୋନାଞ୍ଜା” ନାମକ ଏହି ଅଫରରେ ଗ୍ରାହକଙ୍କୁ ଘରେ ମିଳୁଥିବା ସାମଗ୍ରୀଗୁଡ଼ିକର ଡେଲିଭରିରେ ଅତିରିକ୍ତ ରିହାତି ଓ କ୍ୟାସବ୍ୟାକ୍ ମିଳିବ । ଗ୍ରାହକମାନେ ବ୍ୟାଙ୍କର ଡେବିଟ୍ ଓ କ୍ରେଡିଟ୍ କାର୍ଡ, ଇଟଂରନେଟ୍ ବ୍ୟାଙ୍କିଙ୍ଗ ପ୍ଲାଟଫର୍ମ ଓ ଆଇ-ମୋବାଇଲ୍ ଆପ୍ରେ ରିହାତି ଓ ଅଫର ଆଦି ପାଇପାରିବେ ।
ବ୍ୟାଙ୍କ ପକ୍ଷରୁ ଫାର୍ମା କ୍ଷେତ୍ରରେ ଆପୋଲୋ ହସ୍ପିଟାଲ୍ ଟେଲି ପରାମର୍ଶ ଉପରେ ୧୦% ରିହାତି, ପ୍ରାକ୍ଟୋ ସହିତ ପରାମର୍ଶ ଉପରେ ୪୦% ରିହାତି ଏବଂ ପ୍ୟାରେଟାଂଇନ୍ ପିଆର୍ଓ ୩-୬ ମାସିଆ ସବସ୍କ୍ରିପସନ ଉପରେ ୨୫% ରିହାତି ମିଳିବ । ୧ଏମଜି ୱାଲେଟ୍ ଉପରେ ୫% କ୍ୟାସ୍ବ୍ୟାକ୍ ମିଳିବ । ଫାର୍ମାସି ଇଜି ଉପରେ ଗ୍ରାହକମାନେ ସର୍ବନିମ୍ନ ୧୨୦୦ ଟଙ୍କାର ବ୍ୟୟ ବେଳେ ୧୫% ପର୍ଯ୍ୟନ୍ତ କ୍ୟାସ୍ବ୍ୟାକ୍ ଜରିଆରେ ୯୦୦ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ ।
ଖାଦ୍ୟ ଓ ଗ୍ରୋସରି ବର୍ଗରେ ବ୍ୟାଙ୍କ ପକ୍ଷୀୁ ବିଗ୍ବାସ୍କେଟ୍ ଗ୍ରାହକଙ୍କୁ ସର୍ବନିମ୍ନ ୨୫୦୦ ଟଙ୍କାର କିଣାକିଣିରେ ୧୫୦ ଟଙ୍କାର ରିହାତି ମଙ୍ଗଳବାର ଦିନ ପ୍ରଦାନ କରୁଛି । ପେଟିଏମ୍ ମଲ୍ରେ ସର୍ବନିମ୍ନ ୧୦୦୦ ଟଙ୍କାର କିଣାକିଣି ଉପରେ ୧୦% କ୍ୟାସ୍ବ୍ୟାକ୍ ଭାବେ ୫୦୦ ଟଙ୍କା ପର୍ଯ୍ୟନ୍ତ ମିଳିବ । ଜୋମାଟୋରେ ୭୯୯ ଟଙ୍କାରୁ ଅଧିକ କିଣାକିଣି ଉପରେ ୧୦୦ ଟଙ୍କା ପର୍ଯ୍ୟନ୍ତ ୧୦%ର କ୍ୟାସ୍ବ୍ୟାକ୍ ମିଳିବ । ସ୍ୱିଗି ରେ ଗ୍ରାହକମାନେ ଆଇସିଆଇବ୍ୟାଙ୍କର କୋଡ୍ ଓଉଓଉଓଘଈ୧୦୦ ଦେଇ ଶୁକ୍ରବାର, ଶନିବାର ଓ ରବିବାର ରିହାତି ପାଇପାରିବେ ।

ସମ୍ବନ୍ଧିତ ଖବର