ହ୍ୱାଟସଆପରେ ବ୍ୟାଙ୍କିଙ୍ଗ୍ ସେବା ଆରମ୍ଭ କଲା ଆଇସିଆଇସିଆଇ ବ୍ୟାଙ୍କ୍

ନୂଆଦିଲ୍ଲୀ: ସୋମବାରଠାରୁ ଘରୋଇ ସେକ୍ଟର୍ ବ୍ୟାଙ୍କ୍ ଆଇସିଆଇସିଆଇ ହ୍ୱାଟସଆପ୍ ବ୍ୟାଙ୍କିଙ୍ଗ୍ ସେବା ଆରମ୍ଭ କରିଛି ।

ବ୍ୟାଙ୍କ୍ କହିଛି ଯେ ଦେଶବ୍ୟାପୀ ୨୧ଦିନିଆ ଲକଡାଉନ୍ ସମୟରେ ଏହି ନୂତନ ବ୍ୟବସ୍ଥା ଦ୍ୱାରା ରିଟେଲ୍ ଗ୍ରାହକମାନେ ଘରେ ଥାଇ ସେମାନଙ୍କ ଆବଶ୍ୟକତା ଅନୁଯାୟୀ କେତେକ ସେବା ପାଇପାରିବେ । ଆଇସିଆଇସିଆଇ ବ୍ୟାଙ୍କ୍ ଗ୍ରାହକମାନେ ହ୍ୱାଟସଆପ୍ ବ୍ୟାଙ୍କିଙ୍ଗ୍ ସର୍ଭିସ ବ୍ୟବହାର କରି ସେମାନଙ୍କ ସେଭିଙ୍ଗ୍ ଆକାଉଣ୍ଟ୍ ବାଲାନ୍ସ, ଶେଷ ତିନିଟି ଟ୍ରାଞ୍ଜାକସନ୍, କ୍ରେଡିଟ୍ କାର୍ଡ ଲିମିଟ୍ ଆଦି ଚେକ୍ କରିପାରିବେ । ପୂର୍ବରୁ ଅନୁମୋଦିତ ଇନଷ୍ଟାଣ୍ଟ୍ ଲୋନ୍ ଅଫରର ସବିଶେଷ ବିବରଣୀ ମଧ୍ୟ ହ୍ୱାଟସଆପ୍ ବ୍ୟାଙ୍କିଙ୍ଗ୍ ଜରିଆରେ ମିଳିବ । ହ୍ୱାଟସଆପରେ ସେମାନେ ନିଜର କ୍ରେଡିଟ୍ ଓ ଡେବିଟ୍ କାର୍ଡ ବ୍ଲକ୍ ବା ଅନବ୍ଲକ୍ କରିପାରିବେ ।

Image Source: Express Computer

ଏହାଛଡ଼ା ଗ୍ରାହକମାନେ ହ୍ୱାଟସଆପ ସେବାରେ ସେମାନଙ୍କ ଅଞ୍ଚଳର ନିକଟତମ ତିନୋଟି ଆଇସିଆଇସିଆଇ ବ୍ୟାଙ୍କ୍ ଏଟିଏମ୍ ଏବଂ ବ୍ୟାଙ୍କ୍ ଶାଖାର ପୂର୍ଣ୍ଣ ବିବରଣୀ ପାଇପାରିବେ ।

ଆଇସିଆଇସିଆଇ ବ୍ୟାଙ୍କର ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର୍ ଅନୁପ ବାଗଚୀ କହିଛନ୍ତି ଯେ ଗ୍ରାହକମାନଙ୍କୁ ଉନ୍ନତ ସେବା ଯୋଗାଇବାକୁ ଆମେ ସତତ ଚେଷ୍ଟିତ ।

ସମ୍ବନ୍ଧିତ ଖବର