ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଭିଡିଓ କେୱାଇସି ବ୍ୟବସ୍ଥା

ଭୁବନେଶ୍ୱର : ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଭିଡିଓ କେୱାଇସି ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏହା ଜରିଆରେ ଗ୍ରାହକମାନେ ବ୍ୟାଙ୍କ ସହିତ ଏକ ପ୍ରକାର ନୂଆ ସମ୍ପର୍କ ସ୍ଥାପନ କରିପାରିବେ । ବ୍ୟାଙ୍କରେ ବେତନ ଖାତା ସମେତ ସଂଚୟ ଖାତା ଖୋଲିବା ପାଇଁ ବ୍ୟାଙ୍କରୁ ବ୍ୟକ୍ତିଗତ ଋଣ ହାସଲ କରିବା ଲାଗି ଚାହୁଥିବା ଗ୍ରାହକମାନଙ୍କୁ ଏହି ସୁବିଧା ଦିଆଯାଉଛି । ଆମାଜନ ପେ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ୍ କାର୍ଡ ପାଇଁ ଆବେଦନ କରିବାକୁ ଚାହୁଥିବା ଗ୍ରାହକମାନଙ୍କୁ ମଧ୍ୟ ଏହି ସୁବିଧା ଯୋଗାଇ ଦିଆଯାଉଛି । ଖୁବଶୀଘ୍ର ଏହି ଭିଡିଓ କେୱାଇସି ସୁବିଧାକୁ ବ୍ୟାଙ୍କ ପକ୍ଷରୁ ଅନ୍ୟାନ୍ୟ ପ୍ରକାରର କ୍ରେଡିଟ୍ କାର୍ଡ, ଗୃହ ଋଣ ଓ ଅନ୍ୟାନ୍ୟ ଖୁଚୁରା ଉତ୍ପାଦ ଲାଗି ଉପଲବ୍ଧ କରାଯିବ ।

ବେତନ ଖାତା ଖୋଲିବା କିମ୍ବା ବ୍ୟକ୍ତିଗତ ଋଣ ନେବା ଲାଗି ଏହି ସୁବିଧା ପ୍ରଦାନ କରିବାରେ ଦେଶର ବ୍ୟାଙ୍କ ଶିଳ୍ପରେ ଆଇସିଆଇସିଆଇ ବ୍ୟାଙ୍କ ପ୍ରଥମ । ଏହା ଗ୍ରାହକମାନଙ୍କ ପାଇଁ ବେଶ ସୁବିଧାଜନକ କାରଣ କିଛି ମିନିଟରେ ଡିଜିଟାଲ୍ ଉପାୟରେ ଏହି କାର୍ଯ୍ୟ ହୋଇପାରିବ । ଏଥିପାଇଁ ବ୍ୟାଙ୍କ ଶାଖା ଆସିବାକୁ ପଡ଼ିବ ନାହିଁ କିମ୍ବା ବ୍ୟାଙ୍କର କୌଣସି ଅଧିକାରୀଙ୍କୁ ଭେଟିବାକୁ ପଡ଼ିବ ନାହିଁ । କରୋନା ମହାମାରୀ ଦୃଷ୍ଟିରୁ ଏହା ବେଶ ପ୍ରାସଙ୍ଗିକ ମଧ୍ୟ ହୋଇପାରିଛି ।

ଏହା ଜରିଆରେ ଗ୍ରାହକମାନେ ଘରେ ରହି ଅନେକ ପ୍ରକାର ବ୍ୟାଙ୍କିଙ୍ଗ୍ ସେବା ଲାଗି ନିଜର କେୱାଇସି କାର୍ଯ୍ୟ ଶେଷ କରିପାରିବେ । ଡିଜିଟାଲ୍ ମାଧ୍ୟମରେ ଗ୍ରାହକଙ୍କୁ ଅଧିକ ସମାଧାନ ପ୍ରଦାନ କରିବା ଲାଗି ବ୍ୟାଙ୍କର ଯେଉଁ ପରମ୍ପରା ରହିଛି, ସେହି ଅନୁସାରେ ଏହି ସୁବିଧା ଆରମ୍ଭ କରାଯାଇଛି ।

ସମ୍ବନ୍ଧିତ ଖବର