ହ୍ବାଟସ୍ଆପ୍‌ରେ ମିଳିବ ଆଇସିଆଇସିଆଇ ବ୍ୟାଙ୍କର ସେବା

ମୁମ୍ବାଇ: ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ହ୍ବାଟସ୍ଆପ୍ ଜରିଆରେ ବ୍ୟାଙ୍କିଙ୍ଗ ସେବା ପ୍ରଦାନ କରିବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ବ୍ୟାଙ୍କର ଗ୍ରାହକମାନେ ହ୍ବାଟସ୍ଆପ୍ ଜରିଆରେ ଖାତାର ବାଲାନ୍ସ ଜାଣିପାରିବେ, ଶେଷ ତିନିଟି କାରବାରର ସୂଚନା ପାଇପାରିବେ, କ୍ରେଡିଟ୍ କାର୍ଡର ଲିମିଡ୍ ଏବଂ ପ୍ରାକ୍-ମଞ୍ଜୁର ଋଣ ରାଶି ଭଳି ସୂଚନା ପାଇପାରିବେ। ଗ୍ରାହକମାନେ ହ୍ବାଟସ୍ଆପ୍ ଜରିଆରେ ନିଜର ଡେବିଟ୍ ଓ କ୍ରେଡିଟ୍ କାର୍ଡକୁ ଅଚଳ କିମ୍ବା ସଚଳ ମଧ୍ୟ କରିପାରିବେ।

ସମ୍ବନ୍ଧିତ ଖବର