ଚନ୍ଦା କୋଚର କୌଣସି ଜାଲିଆତି କରିନାହାନ୍ତି : ଆଇସିଆଇସିଆଇ ବ୍ୟାଙ୍କ

ମୁମ୍ବାଇ: ଦେବାଳିଆ ହୋଇଯାଇଥିବା କମ୍ପାନି ଭିଡିଓକୋନକୁ ଆସାଧୁ ଉପାୟରେ ଋଣ ମଂଜୁର କରିଥିବା ଅଭିଯୋଗର ସମ୍ମୁଖୀନ ହେଉଥିବା ଆଇସିଆଇସିଆଇ ବ୍ୟାଙ୍କ ସିଇଓ ଚନ୍ଦା କୋଚରଙ୍କୁ ଆଶ୍ୱସ୍ତି ମିଳିଛି । ବ୍ୟାଙ୍କର ମ୍ୟାନେଜମେଣ୍ଟ ସଂପୂର୍ଣ୍ଣ ଭାବେ ଚନ୍ଦାଙ୍କୁ ସମର୍ଥନ କରିଛି । ବ୍ୟାଙ୍କର ଅଧ୍ୟକ୍ଷ ଏମକେ ଶର୍ମା କହିଛନ୍ତି ଯେ ବଡ଼ ବଡ଼ କର୍ପୋରେଟ ଋଣ ଗୁଡ଼ିକ ବ୍ୟାଙ୍କର କ୍ରେଡିଟ କମିଟି ମଂଜୁର କରିଥାଏ । କିନ୍ତୁ ଚନ୍ଦା କୋଚର ଏହି କ୍ରେଡିଟ କମିଟିର ମୁଖ୍ୟ ନଥିବାରୁ ଋଣ ମଂଜୁରୀ ପାଇଁ ତାଙ୍କୁ ଦାୟୀ କରାଯାଇପାରିବ ନାହିଁ । ରିଜର୍ଭ ବ୍ୟାଙ୍କ ପକ୍ଷରୁ ମଗାଯାଇଥିବା ସବୁ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦିଆଯାଇଛି ବୋଲି ସେ କହିଛନ୍ତି ।

ସେ ଆହୁରିମଧ୍ୟ କହିଛନ୍ତି ଯେ ଭିଡିଓକୋନକୁ ଦିଆଯାଇଥିବା ୩୨୫୦ କୋଟି ର ଋଣ ଏକ ବ୍ୟାଙ୍କିଙ୍ଗ କନସୋର୍ଟିୟମ ପ୍ରଦାନ କରିଥିଲା । ଆଇସିଆଇସିଆଇ ବ୍ୟାଙ୍କ ଏହି କନସୋର୍ଟିୟମର ମୁଖ୍ୟ ବ୍ୟାଙ୍କ ନଥିଲା । ସମୁଦାୟ ଋଣର ମାତ୍ର ୧୦ ପ୍ରତିଶତ ଏହି ବ୍ୟାଙ୍କ ଦେଇଛି ।

ସମ୍ବନ୍ଧିତ ଖବର