କରୋନା ସମୟରେ ସେବା ଯୋଗାଇଥିବାରୁ ମିଳିବ ଅତିରିକ୍ତ ୮ ପ୍ରତିଶତ ଦରମା

ମୁମ୍ବାଇ: ଆଇସିଆଇସିଆଇ ବ୍ୟାଙ୍କ କରୋନା ସଙ୍କଟ ମଧ୍ୟରେ ମଧ୍ୟ ଡ୍ୟୁଟି କରୁଥିବା ୮୦ ହଜାର କର୍ମଚାରୀଙ୍କୁ ପୁରସ୍କାର ଦେବାକୁ ଯାଉଛି। ବ୍ୟାଙ୍କ ଏହି କର୍ମଚାରୀଙ୍କ ଦରମା ୮ ପ୍ରତିଶତ ବୃଦ୍ଧି କରିବ। ଏହାର ଲାଭ କେବଳ ସେହି କର୍ମଚାରୀଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନେ ଗ୍ରାହକଙ୍କୁ ସେବା ଯୋଗାଇବା ପାଇଁ ଆଗକୁ ଆସିଥିଲେ | ନ୍ୟୁଜ୍ ଏଜେନ୍ସି ପିଟିଆଇର ସୂଚନା ମୁତାବକ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଦରମା ବୃଦ୍ଧି ହେବ, କିନ୍ତୁ ଏହା ଜୁଲାଇରୁ ଲାଗୁ ହେବ।

Image Source: Zee News

ବଡ଼ କଥା ଯେ ଆଇସିଆଇସିଆଇ ଏଭଳି ଏକ ସମୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ଯେତେବେଳେ ବଡ଼ ବଡ଼ କମ୍ପାନୀ କର୍ମଚାରୀମାନଙ୍କୁ ଛଟେଇ ସହ ଦରମା ହ୍ରାସ କରୁଛନ୍ତି | ସୂଚନାନୁସାରେ, ଏମ୧ ଗ୍ରେଡ୍ ଏବଂ ଏହି ଗ୍ରେଡ଼ଠାରୁ ନିମ୍ନ ସ୍ତରର କର୍ମଚାରୀମାନେ ଏହି ଲାଭ ପାଇବେ |

ଏମାନେ ହେଉଛନ୍ତି ସେହି କର୍ମଚାରୀ ଯେଉଁମାନେ ଗ୍ରାହକଙ୍କୁ ସେବା ପ୍ରଦାନ କରନ୍ତି ଏବଂ ବ୍ୟାଙ୍କ ଶାଖାକୁ ସୁରୁଖୁରୁରେ ଚଳାନ୍ତି | ଦେଶରେ ଅନେକ ପର୍ଯ୍ୟାୟ ବନ୍ଦ ହେବା ପରେ ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଥିଲା। ଦେଶର ବିଭିନ୍ନ ପର୍ଯ୍ୟାୟରେ ଲାଗୁ ହୋଇଥିବା ଲକଡାଉନ ଯୋଗୁଁ ସବୁ କିଛି ବନ୍ଦ ଥିବାବେଳେ ବ୍ୟାଙ୍କଗୁଡିକ ସେମାନଙ୍କର ସେବା ପ୍ରଦାନ ଜାରି ରଖିଥିଲେ |

ସମ୍ବନ୍ଧିତ ଖବର