ଆଇସିଆଇସିଆଇ ବ୍ୟାଙ୍କ ଦେବ ୫,୨୦୦ କୋଟିର ଖୁଚୁରା ଋଣ

ଭୁବନେଶ୍ବର: ଦେଶର ଅଗ୍ରଣୀ ଘରୋଇ କ୍ଷେତ୍ରର ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କ ଓଡ଼ିଶାରେ ଚଳିତ ଆର୍ଥିକ ବର୍ଷରେ (୨୦୨୧-୨୨)ରେ ୨୫% ଅଭିବୃଦ୍ଧି ସହ ୫,୨୦୦ କୋଟି ଟଙ୍କାର ଖୁଚୁରା ଋଣ ବାଣ୍ଟିବାକୁ ଲକ୍ଷ୍ୟ ରଖିଛି। ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦେଶକ ଅନୁପ ବାଗ୍‌ଚୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବ୍ୟାଙ୍କ ୩୦% ଅଭିବୃଦ୍ଧି ସହ ୧,୨୫୦ କୋଟି ଟଙ୍କାର ଗୃହ ଋଣ ଓ ୪୦% ବୃଦ୍ଧି ସହ ୧,୮୦୦ କୋଟି ଟଙ୍କାର ଉପଭୋକ୍ତା ଋଣ ପ୍ରଦାନ କରିବ। ଏଥି ସହିତ ୩୫% ବୃଦ୍ଧି ସହ ୧୩୦୦ କୋଟି ଟଙ୍କାର ବ୍ୟବସାୟ ଋଣ ଓ ଓଭରଡ୍ରାଫ୍ଟ ସୁବିଧା ପ୍ରଦାନ କରିବ। ରାଜ୍ୟରେ ବ୍ୟାଙ୍କର ୧୬୦ଟି ଶାଖା ଓ ୨୯୦ଟି ଏଟିଏମ୍ ରହିଛି। ଆଗାମୀ ଦିନରେ ଏହା ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, କଟକ, ଝାରସୁଗୁଡ଼ା, ଅନୁଗୁଳ, ବରଗଡ଼, ବଲାଙ୍ଗୀର ଓ ଯାଜପୁର ଭଳି ସ୍ଥାନରେ ଗୃହ ଋଣ ଆବଣ୍ଟନକୁ ବଢ଼ାଇବା ଉପରେ ଗୁରୁତ୍ବ ଦେବ ବୋଲି ଶ୍ରୀ ବାଗ୍‌ଚୀ କହିଛନ୍ତି।

ସମ୍ବନ୍ଧିତ ଖବର