ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ୧ ନିୟୁତରୁ ଅଧିକ ଫାଷ୍ଟ୍‌ଟ୍ୟାଗ୍‌ ଜାରି

ଭୁବନେଶର : ଦେଶର ସର୍ବବୃହତ ଘରୋଇ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ୧ ନିୟୁତରୁ ଅଧିକ ଫାଷ୍ଟ୍‌ଟ୍ୟାଗ୍‌ ଜାରି କରାଯାଇଛି। ଦେଶର ପ୍ରଥମ ବ୍ୟାଙ୍କ ଭାବେ ଆଇସିଆଇସିଆଇ ବ୍ୟାଙ୍କ ଏଭଳି ସଫଳତା ପାଇଛି। ସାରା ଦେଶରେ ୨.୫ ନିୟୁତ ଫାଷ୍ଟ୍‌ଟ୍ୟାଗ୍‌ ପ୍ରଚଳନରେ ଥିବା ବେଳେ ସେଥି ମଧ୍ୟରୁ ୧ ନିୟୁତରୁ ଅଧିକ ହେଉଛି ଆଇସିଆଇସିଆଇ ବ୍ୟାଙ୍କ ଜାରି କରିଛି। ଫାଷ୍ଟ୍‌ଟ୍ୟାଗ୍‌ ହେଉଛି ରେଡିଓ ଫ୍ରିକ୍ୟୁଏନ୍‌ସି ଆଇଡେଣ୍ଟିଫିକେସନ୍‌ ଡିଭାଇସ୍‌ (ଆର୍‌ଏଫ୍‌ଆଇଡି) ଟ୍ୟାଗ୍‌ର ନାମ ଯାହାକୁ ଗାଡ଼ିର ୱିଣ୍ଡ୍‌ ସ୍କ୍ରିନ୍‌ରେ ବ୍ୟବହାର କରାଯାଇଥାଏ। ଏହା ଜରିଆରେ ସ୍ୱୟଂଚାଳିକ ଭାବେ ଟୋଲ୍‌ ପ୍ଲାଜାରେ ଟୋଲ ଶୁଳ୍କ କଟିଯାଏ ଓ ଗାଡ଼ି ଗୁଡ଼ିକୁ ଟୋଲ୍‌ ପ୍ଲାଜାରେ ଅଟକିବାକୁ ପଡ଼େ ନାହିଁ ।

ଇଲେକ୍ଟେାନିକ୍‌ ଟୋଲ୍‌ କଲେକ୍ସନ୍‌ (ଇଟିସି)ରେ ଆଇସିଆଇସିଆଇ ବ୍ୟାଙ୍କ ଅଗ୍ରଣୀ ରହିଛି। ଏକ ମାସ ଭିତରେ ସମଗ୍ର ଶିଳ୍ପରେ ୧୮ ନିୟୁତ କାରବାର ହୋଇଥିବା ବେଳେ କେବଳ ଆଇସିଆଇସିଆଇ ବ୍ୟାଙ୍କ ୧୧ ନିୟୁତ କାରବାର କରିଛି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ସହଯୋଗରେ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଅଗ୍ରଦୂତ ଭାବେ ଜାତୀୟ ରାଜପଥରେ ଇଂଟର-ଅପରେବଲ୍‌ ଇଟିସି ପ୍ଲାଟଫର୍ମ ଲାଗୁ କରାଯାଇଛି।

ସମ୍ବନ୍ଧିତ ଖବର