ଅନଲାଇନ ଠକେଇର ଶିକାର ହେଉଥିବା ବ୍ୟକ୍ତିଙ୍କ ପାଇଁ ଆସିଲା ବୀମା, ମିଳିବ ୫୦ ହଜାର ଟଙ୍କାରୁ ୧୦ ଲକ୍ଷ ଟଙ୍କା ଯାଏଁ କ୍ଷତିପୂରଣ

ନୂଆଦିଲ୍ଲୀ: ପ୍ରଯୁକ୍ତିବିଦ୍ୟାର ଦୁନିଆରେ ଆଜିକାଲି ଅନଲାଇନ ଠକେଇର ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି | ଅସାବଧାନତା ଯୋଗୁଁ ଚୁଟକିରେ ଲକ୍ଷ ଲକ୍ଷ ଟଙ୍କା ସାଇବର ଠକମାନେ ଲୁଟିନେଉଛନ୍ତି | ଯାହାକୁ ନେଇ ସାଇବର ଥାନାରେ ଅନେକ ଅଭିଯୋଗ ମଧ୍ୟ ହେଉଛି | ତେବେ ଅନଲାଇନ ଠକେଇର ଶିକାର ହେଉଥିବା ଲୋକଙ୍କୁ ଏଥିରୁ ନିସ୍ତାର ଦେବା ପାଇଁ ତଥା ତାଙ୍କୁ କିଛି ସାନ୍ତ୍ୱନାମୂଳକ ଅର୍ଥରାଶି ଦେବାକୁ ଏବେ ଆଇସିଆଇସିଆଇ ଲୋମ୍ବାରଡ ଜେନେରାଲ ଇନସୁରାନ୍ସ କମ୍ପାନୀ ଏକ ବୀମା ଆଣିଛି।

ସୂଚନାଯୋଗ୍ୟ ଯେ ଯେଉଁମାନେ ଅନଲାଇନ୍ ଠକେଇର ଶିକାର ହୁଅନ୍ତି ପ୍ରାୟତଃ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟରୁ ସାଇବର ଠକମାନେ ଟଙ୍କା ନେଇଯାଆନ୍ତି | ଏହାକୁ ଦୃଷ୍ଟିରେ ରଖି ଆଇସିଆଇସିଆଇ ଲୋମ୍ବାରଡ ଜେନେରାଲ ଇନସୁରାନ୍ସ କମ୍ପାନୀ ‘ରିଟେଲ ସାଇବର ଲୋୟବିଲିଟି’ ବୀମା ପଲିସି ଉପସ୍ଥାପନ କରିଛି |


ଏହା ଅଧୀନରେ ପଲିସି ନେଉଥିବା ବ୍ୟକ୍ତି ଏବଂ ତାଙ୍କ ପରିବାର ସଦସ୍ୟ ଯଦି ଅନଲାଇନ୍ (ସାଇବର) ଠକେଇ କିମ୍ବା ଅନ୍ୟ କୌଣସି ଉପାୟରେ ଡିଜିଟାଲ୍ କାରବାରରେ ଆର୍ଥିକ କ୍ଷତି ସହିବେ ସେମାନଙ୍କୁ ତେବେ ଏହି ବୀମା ପଲିସି କ୍ଷତିପୂରଣ ଦେବ | ଏହାର ପ୍ରିମିୟମ ପ୍ରତିଦିନ ୬ ଟଙ୍କା ୫୦ ପଇସାରୁ ୬୫ ଟଙ୍କା ମଧ୍ୟରେ ରହିଛି | ଏହା ଅଧୀନରେ ବୀମା ରାଶି ୫୦୦୦୦ ରୁ ୧୦ ଲକ୍ଷ ଟଙ୍କା ମଧ୍ୟରେ ମିଳିବ । ଅର୍ଥାତ ଆପଣ ଯଦି କୌଣସି ଠକେଇରୁ ୫୦ ହଜାର ଟଙ୍କାରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତି ସହନ୍ତି ତେବେ କମ୍ପାନୀ ଏହାର କ୍ଷତିପୂରଣ ଦେବ |

ସମ୍ବନ୍ଧିତ ଖବର