୧୦ ନୂଆ ଶାଖା ସହିତ ଓଡ଼ିଶା ବଜାରରେ ପ୍ରବେଶ କଲା ଆଇସିଏଲ ଫିନକର୍ପ

ଭୁବନେଶ୍ୱର : ଦକ୍ଷିଣ ଭାରତର ପ୍ରମୁଖ ଏନବିଏଫସି, ଆଇସିଏଲ ଫିନକର୍ପ ଓଡ଼ିଶାର ପ୍ରମୁଖ ସହରମାନଙ୍କରେ ୧୦ଟି ନୂତନ ଶାଖା ଖୋଲିବା ସହ ଉତ୍ତର ଓ ପୂର୍ବ ଭାରତୀୟ ବଜାରରେ ପ୍ରବେଶ କରିଛି । ଓଡ଼ିଶାରେ ଆଇସିଏଲ ଫିନକର୍ପର ଶୁଭାରମ୍ଭ ସର୍ବଭାରତୀୟ ଉପସ୍ଥିତି ଏବଂ ସମଗ୍ର ଭାରତରେ ଲୋକଙ୍କ ପାଇଁ ଏହାର ସେବାକୁ ସୁଗମ କରିବ । ଏହି ନୂତନ ଶାଖା ଗୁଡିକ ଅଗଷ୍ଟ ୨୫ରେ ଚନ୍ଦ୍ରଶେଖରପୁର, ସାମନ୍ତାପୁର, ରସୁଲଗଡ, ଖଣ୍ଡଗିରି, ବାଲିଘାଟ, ଅଠରନଳା, ଗ୍ରାଣ୍ଡରୋଡ ପୁରୀ, ନୟାବଜାର, ଜଗତପୁର ଏବଂ ଫୁଲନଖରାରେ  ଉଦଘାଟିତ ହୋଇଛି ।

ଓଡିଶାରେ ଶୁଭାରମ୍ଭର ଏକ ଅଂଶ ଭାବରେ, ଆଇସିଏଲ ଫିନକର୍ପ ଏହାର ଗ୍ରାହକମାନଙ୍କ ପାଇଁ ଉଦଘାଟନୀ ଲକି ଡ୍ର ଆରମ୍ଭ କରିଛି । ଯେଉଁମାନେ ଓଡିଶାର ୧୦ଟି ନୂତନ ଶାଖାରୁ ସୁନା ଋଣ ନେଇଛନ୍ତି ସେମାନେ ୧୦ଟି ସୁନା ମୁଦ୍ରା ଜିତିବାର ସୁଯୋଗ ରହିଛି । ଏହି ଅଫର ଗ୍ରାହକମାନଙ୍କ ଅନ୍ୟ ବ୍ୟାଙ୍କ କିମ୍ବା ବିତ୍ତୀୟ ଅନୁଷ୍ଠାନରୁ ସେମାନଙ୍କର ସୁନା ଋଣ ସ୍ଥାନାନ୍ତର କରିବାକୁ ମଧ୍ୟ ସୁଯୋଗ ଦେଉଛି ।  ଡ୍ର’ର ୧୦ ଜଣ ଭାଗ୍ୟଶାଳୀ ବିଜେତା ଜାନୁଆରୀ ୧, ୨୦୨୨ରେ ଘୋଷଣା କରାଯିବ । ଉଦଘାଟନୀ କାର୍ଯ୍ୟକ୍ରମରେ ପଦଧିକାରୀଙ୍କ ମଧ୍ୟରେ ଶ୍ରୀ କେ ଜି ଅନିଲକୁମାର, ସିଏମଡି, ଆଇସିଏଲ ଫିନକର୍ପ, ଶ୍ରୀଜିତ ଏସ ପିଲାଇ, ନିର୍ଦ୍ଦେଶକ, ଆଇସିଏଲ ଫିନକର୍ପ, ଟି ଜି ବାବୁ, ଏଜିଏମ, ଆଇସିଏଲ ଫିନକର୍ପ, ସାମ ସି ମଲିଏକାଲ, ଏଚଆର ମ୍ୟାନେଜର ଆଇସିଏଲ ଫିନକର୍ପ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର