ଓଡ଼ିଶାରେ ୧୩ଟି ନୂଆ ଶାଖା ଖୋଲିଲା ଆଇସିଏଲ ଫିନକର୍ପ 

ଭୁବନେଶ୍ୱର: ଆଇସିଏଲ ଫିନକର୍ପ ପକ୍ଷରୁ ଓଡ଼ିଶାରେ ୧୩ଟି ନୂତନ ଶାଖାର ଖୋଲାଯାଇଛି  । ଏହା ସହିତ ରାଜ୍ୟରେ ଏହାର ମୋଟ ଶାଖା ସଂଖ୍ୟା ୩୫ରେ ପହଞ୍ଚିଛି । ଗତ ଅଗଷ୍ଟରେ ଆଇସିଏଲ ଫିନକର୍ପ ଓଡ଼ିଶାରେ ଏହାର ପ୍ରବେଶର ପ୍ରଥମ ବାର୍ଷିକିର ପାଳନ କରିଥିଲା । ଓଡ଼ିଶାରେ ଶୁଭାରମ୍ଭ ହୋଇଥିବା ଏହି ନୂତନ ଶାଖାଗୁଡ଼ିକ ନୟାଗଡ଼, ଆସ୍କା, ଦିଗପହଣ୍ଡି, ଛତ୍ରପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ରାହାମା, ରଘୁନାଥପୁର, ଜଗତସିଂହପୁର, ଯାଜପୁର ରୋଡ଼, ଚଣ୍ଡିଖୋଲ, ଭଦ୍ରକ ଏବଂ ଡେଲାଙ୍ଗରେ ଉପସ୍ଥିତ ରହିଛି । ଆଇସିଏଲ ଫିନକର୍ପ ସିଏମଡି, ଆଡ୍‌ଭୋକେଟ  କେ.ଜି. ଅନିଲକୁମାର ଏହି ନୂତନ ଶାଖାଗୁଡ଼ିକର ଉଦ୍‌ଘାଟନ କରିଛନ୍ତି । ଏହା ବ୍ୟତୀତ ଏହି କାର୍ଯ୍ୟକ୍ରମରେ ଅନେକ ସାମାଜିକ-ରାଜନୈତିକ ଏବଂ ସାଂସ୍କୃତିକ ମାନ୍ୟବର ବ୍ୟକ୍ତିଗଣ ଭାଗ ନେଇଛନ୍ତି ।

ନିଜର ପ୍ରଥମ ବାର୍ଷିକୀ ଉତ୍ସବର ଏକ ଅଂଶ ଭାବରେ ଆଇସିଏଲ ଫିନକର୍ପ ନିଜର ଗ୍ରାହକମାନଙ୍କ ପାଇଁ ଏକ ବାର୍ଷିକୀ ଧମାଲ ଲକି ଡ୍ର ଉପସ୍ଥାପନା କରିଛି । ଯେଉଁଥିରେ ଓଡ଼ିଶାର ଏହି ୩୫ଟି ଶାଖାରୁ ସୁନା ଋଣ ନେଉଥିବା ଗ୍ରାହକମାନେ ୧୦ଟି ସୁନା ମୁଦ୍ରା ଜିତିବାର ସୁଯୋଗ ପାଇପାରିବେ । ଅନ୍ୟ ବ୍ୟାଙ୍କ କିମ୍ବା ଆର୍ଥିକ ଅନୁଷ୍ଠାନରୁ ସୁନା ଋଣ ସ୍ଥାନାନ୍ତର କରିଥିବା ଗ୍ରାହକମାନେ ମଧ୍ୟ ଏହି ଅଫର ଉପଭୋଗ କରିପାରିବେ । ଆସନ୍ତା ଜାନୁଆରୀ ୧ ତାରିଖରେ ଏହି ଡ୍ରର ୧୦ ଜଣ ଭାଗ୍ୟଶାଳୀ ବିଜେତାଙ୍କ ନାମ ଘୋଷଣା କରାଯିବ ।

ଗତ ୩୧ ବର୍ଷ ମଧ୍ୟରେ ଆଇସିଏଲ କେରଳ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ଓଡ଼ିଶାରେ ଥିବା ୩୦୦ରୁ ଅଧିକ ଶାଖା ସହିତ ଭାରତରେ ଏକ ପ୍ରମୁ୍‌ଖ ଆର୍ଥିକ ସଂଗଠନ ହୋଇପାରିଛି ।

 

ସମ୍ବନ୍ଧିତ ଖବର