ଭୁବନେଶ୍ୱର: ଦି ଇନ୍ଷ୍ଟିଚ୍ୟୁଟ୍ ଅଫ୍ କମ୍ପାନି ସେକ୍ରେଟାରିଜ୍ ଅଫ୍ ଇଣ୍ଡିଆ (ଆଇସିଏସ୍ଆଇ)ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ହୋଟେଲ ହିନ୍ଦୁସ୍ତାନ ଇଣ୍ଟରନ୍ୟାସନାଲ ପରିସରରେ ଆଜି ଅପରାହ୍ନରେ ଆଇସିଏସ୍ଆଇ, ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଏସ୍. ସି. ଜମିର ଯୋଗଦେଇଥିଲେ।
କମ୍ପାନି ସେକ୍ରେଟାରିମାନଙ୍କୁ ଉଦ୍ବୋଧନ ଦେଇ ରାଜ୍ୟପାଳ ଶ୍ରୀ ଜମିର କହିଲେ ଏହା ଏକ ସଫଳ ଏବଂ ସମ୍ମାନଜନକ ପେସା। ଏହି ପେସାରେ କ୍ୟାରିୟର ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। କମ୍ପାନି ସେକ୍ରେଟାରିମାନେ ବିଭିନ୍ନ ବିଷୟରେ କମ୍ପାନି ଗୁଡ଼ିକୁ ପରାମର୍ଶ ଦେଇଥାନ୍ତି। ଏକ ବିକଶିତ ଏବଂ ନୂଆ ଭାରତ ନିର୍ମାଣରେ ଆଇସିଏସ୍ଆଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ରାଜ୍ୟପାଳ ଆଶାବ୍ୟକ୍ତ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିପିୟୁଟିର ପୂର୍ବତନ କୁଳପତି ଡ. ଓଁକାର ନାଥ ମହାନ୍ତି, ବିଜ୍ନେସ୍ ଷ୍ଟାଣ୍ଡାର୍ଡର ରେସିଡେଣ୍ଟ ଏଡିଟର ଦିଲ୍ଲୀପ ଶତପଥୀ ଓ ଆଇସିଏସ୍ଆଇ, ଭୁବନେଶ୍ୱର ଚାପ୍ଟରର ଅଧ୍ୟକ୍ଷ ସିଏସ୍ ପ୍ରିୟଦର୍ଶୀ ନାୟକ ଅତିଥିଭାବେ ଯୋଗଦେଇ କମ୍ପାନି ସେକ୍ରେଟାରିମାନଙ୍କୁ ଉଦ୍ବୋଧନ ଦେଇଥିଲେ। କାର୍ଯ୍ୟକ୍ରମ ଶେଷର ଭୁବନେଶ୍ୱର ଚାପ୍ଟରର ସମ୍ପାଦକ ସିଏସ୍ ରାଜେନ୍ଦ୍ର କୁମାର କର ଧନ୍ୟବାଦ ଦେଇଥିଲେ।
ଆଇସିଏସ୍ଆଇର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ
/sambad/media/post_attachments/wp-content/uploads/2017/10/icsi-logo-ed.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)