ଆଇସିଟି-ଆଇଓସିର ପ୍ରତିଷ୍ଠା ଦିବସ

ଭୁବନେଶ୍ବର: ଆଇସିଟି-ଆଇଓସି ଭୁବନେଶ୍ବରର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ପ୍ରତିଷ୍ଠା ଦିବସରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ନାଲକୋ ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦ, ଆଇସିଟିର କୁଳପତି ପ୍ରଫେସର ଜି ଡି ଯାଦବ, ନାଲକୋର ସ୍ବାଧୀନ ନିର୍ଦେଶକ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ଆଇସିଟି-ଆଇଓସି, ଭୁବନେଶ୍ବରର ନିର୍ଦେଶକ ପ୍ରଫେସର ବି ଏନ ଥୋରାଟ୍ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ନାଲକୋ ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦ କହିଥି‌ଲେ, ବିକାଶର ଧାରା ବଜାୟ ରଖିବା ଏବଂ ଅନ୍ତର୍ଜାତୀୟ ମାନ୍ୟତା ହାସଲ ପାଇଁ ଶିଳ୍ପାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସମନ୍ବୟ ଆବଶ୍ୟକ। ଆଗାମୀ ୫ ବର୍ଷରେ ରାସାୟନିକ ଉଦ୍ୟୋଗ ୨ ନିୟୁତରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ରାଜ୍ୟରେ ରାସାୟନିକ ଉଦ୍ୟୋଗର ବିକାଶରକୁ ଆଇସିଟି ଭୁବନେଶ୍ବର ତ୍ବରାନ୍ବିତ କରିବ । ପାରାଦୀପଠାରେ ୩୦୦୦ କୋଟି ଟଙ୍କା ପୁଞ୍ଜିନିବେଶରେ ନାଲକୋର ଦ୍ବିତୀୟ କଷ୍ଟିକ ସୋଡା ପ୍ରକଳ୍ପ ପ୍ରତିଷ୍ଠା ପାଇଁ ନାଲକୋର ଅତ୍ୟନ୍ତ ସମୟ ଉପଯୋଗୀ ନିଷ୍ପତ୍ତି । ଗୁଜରାଟରେ ଆଗାମୀ ବର୍ଷ କାର୍ଯ୍ୟାରମ୍ଭ କରିବାକୁ ଥିବା ନାଲକୋର ପ୍ରଥମ କଷ୍ଟିକ ସୋଡା ପ୍ରକଳ୍ପ ଦ୍ବାରା ନାଲକୋ ବାର୍ଷିକ ୧୨୦ କୋଟି ଟଙ୍କା ଲାଭ ହାସଲ କରିବ ବୋଲି ଡ ଚାନ୍ଦ କହିଥିଲେ।

ସମ୍ବନ୍ଧିତ ଖବର