ରେପୋ ହାର ସହିତ ନିଜର ଋଣ ଓ ଜମା ହାରକୁ ସଂଯୁକ୍ତ କଲା ଆଇଡିବିଆଇ ବ୍ୟାଙ୍କ

ମୁମ୍ବାଇ : ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ନୀତି ରେପୋ ହାରକୁ ଏକ୍ସଟର୍ନାଲ୍ ବେଞ୍ଚମାର୍କ ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେହି ଅନୁସାରେ ସମସ୍ତ ଫ୍ଲୋଟିଂ ହାର ଥିବା ରିଟେଲ୍ ଓ ଏମ୍ଏସ୍ଇ ଋଣ ନୀତି ରେପୋ ହାର ସହ ଲିଙ୍କ୍ (ଜଡ଼ିତ) ହେବ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ନୀତି ରେପୋ ହାରରେ କୌଣସି ପରିବର୍ତ୍ତନ କରାଗଲେ ତାହାର ଲାଭ ଗ୍ରାହକମାନଙ୍କୁ ପ୍ରଦାନ କରାଯିବ । ଏହି ନୂତନ ହାର ୨୦୧୯ ଅକ୍ଟୋବର ୧ରୁ ଲାଗୁ ହୋଇଛି ।
ଗତ ସେପ୍ଟେମ୍ବର ମାସରେ ରେପୋ ହାର ସହିତ ଋଣ ଓ ଜମା ସୁଧହାରକୁ ସଂପୃକ୍ତ କରିବାକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କମାନଙ୍କୁ ପରାମର୍ଶ ଦିଆଯାଇଥିଲା । ବାରମ୍ବାର ରେପୋହାର କମାଇବା ସତ୍ତ୍ୱେ ବ୍ୟାଙ୍କମାନେ ସୁଧହାର କମାଉନଥିବାରୁ ରିଜର୍ଭ ବ୍ୟାଙ୍କ ଏହି ପଦକ୍ଷେପ ନେଇଥିଲା । ଗତ ୪ ତାରିଖରେ ରିଜର୍ଭ ବ୍ୟାଙ୍କ କ୍ରମାଗତ ୫ମ ଥର ପାଇଁ ନିଜର ରେପୋହାର ୨୫ ବେସିସ ପଏଣ୍ଟ ହ୍ରାସ କରିଥିଲା । ଏହାଫଳରେ ବ୍ୟାଙ୍କ ଋଣ ଶସ୍ତା ହେବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର