ଜମା ହାର ବଢାଇଲା ଆଇଡିବିଆଇ ବ୍ୟାଙ୍କ

ଭୁବନେଶ୍ୱର : ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ଖୁଚୁରା ମିଆଦି ଜମା (ଆର୍‌ଟିଡି) ଓ ରିକରିଂ ଜମା ସୁଧ ହାରରେ ୦.୨୫%ରୁ ୧.୫୦% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ବିଭିନ୍ନ ମାଚ୍ୟୁରିଟି ମିଆଦ ଅନୁସାରେ ସୁଧ ହାରର ପରିବର୍ତ୍ତନ କରାଯାଇଛି । ମାର୍ଚ୍ଚ ୧୨ରୁ ଏହା ଲାଗୁ ହୋଇଛି । ୧୫ରୁ ୩୦ ଦିନିଆ ଜମା ଉପରେ ସୁଧ ହାର ୫.୭୫% ରହିଛି । ସାଧାରଣ ଗ୍ରାହକ ଓ ବରିଷ୍ଠ ନାଗରିକଙ୍କ ପାଇଁ ଭିନ୍ନ ଭିନ୍ନ ସୁଧ ହାର ଘୋଷଣା କରାଯାଇଛି। ୬ ମାସରୁ ୬ ଦିନରୁ ୨୭୦ ଦିନର ଜମା ଉପରେ ୬.୫୦% ସୁଧ ପ୍ରଦାନ କରାଯାଉଛି। ବର୍ଷିକିଆ ମିଆଦୀ ଜମା ଉପରେ ୬.୭୫%, ୧-୨ ବର୍ଷିଆ ପାଇଁ ୬.୫୦%, ୨-୩, ୩-୫ ଓ ୫ ବର୍ଷିଆ ଜମା ଉପରେ ୬.୫୦% ସୁଧ ପ୍ରଦାନ କରାଯାଉଛି। ୫-୭ ବର୍ଷିଆ, ୭-୧୦ ବର୍ଷିଆ ଓ ୧୦-୨୦ ବର୍ଷିଆ ଜମା ଉପରେ ୬% ସୁଧ ପ୍ରଦାନ କରାଯାଉଛି । ୫ବର୍ଷିଆ ଟିକସ ସଂଚୟ ଜମା ଉପରେ ୬.୫୦% ସୁଧ ପ୍ରଦାନ କରାଯାଉଛି। କେତେକ ଜମା ଉପରେ ବରିଷ୍ଠ ନାଗରିକମାନଙ୍କୁ ଅଧିକ ସୁଧ ପ୍ରଦାନ କରାଯାଉଛି । ବର୍ଷିକିଆ ଆର୍‌ଡି ଜମା ଉପରେ ୬.୭୫% ସୁଧ ପ୍ରଦାନ କରାଯାଉଥିବା ବେଳେ ବରିଷ୍ଠ ନାଗରିକମାନଙ୍କୁ ସେହି ସମାନ ଅବଧି ପାଇଁ ୭.୨୫% ସୁଧ ପ୍ରଦାନ କରାଯାଉଛି। ସେହିପରି ୧ ବର୍ଷିଆରୁ ଆରମ୍ଭ କରି ୧୦ ବର୍ଷିଆ ପର୍ଯ୍ୟନ୍ତ ବିଭିନ୍ନ ଅବଧିର ଜମା ଉପରେ ୬%-୬.୫୦% ସୁଧ ପ୍ରଦାନ କରାଯାଉଛି । ୧-୨ ବଷିଆ ଆର୍‌ଡି, ୨-୩ ବର୍ଷିଆ, ୩-୫ ବର୍ଷିଆ, ୫ ବର୍ଷିଆ ଆର୍‌ଡି ଜମା ଉପରେ ୬.୫୦% ସୁଧ ପ୍ରଦାନ କରାଯାଉଛି। ୫-୭ ବର୍ଷିଆ ଓ ୭-୧୦ ବର୍ଷିଆ ଆର୍‌ଡି ଜମା ଉପରେ ୬% ସୁଧ ପ୍ରଦାନ କରାଯାଉଛି ।

ସମ୍ବନ୍ଧିତ ଖବର