ଆଇଡିବିଆଇ ବ୍ୟାଙ୍କର ୨ ଦିନିଆ ଧର୍ମଘଟ

ଭୁବନେଶ୍ୱର: ସର୍ବଭାରତୀୟ ସ୍ତରରେ ହୋଇଥିବା ବ୍ୟାଙ୍କ ଧର୍ମଘଟ ଅବସରରେ ବ୍ୟାଙ୍କ ଅଧିକାରୀ ଏବଂ କର୍ମଚାରୀମାନଙ୍କ ପକ୍ଷରୁ ସ୍ଥାନୀୟ ଆଇଡିବିଆଇ ଶାଖାଗୁଡିକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଚଳିତ ମାସ ୨୪ ଏବଂ ୨୫ରେ ଏହି ଧର୍ମଘଟ କରାଯାଇଛି। ପେନ୍‌ସନ, ପଦୋନ୍ନତି ଏବଂ ନିଯୁକ୍ତି ଚୟନକୁ ନେଇ କର୍ମଚାରୀମାନେ ବାରମ୍ବାର କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ସେମାନେ ମର୍ଧଘଟରେ ଭାଗ ନେଇଛନ୍ତି। ଏହି ଧର୍ମଘଟରେ ଅଲ୍‌ ଇଣ୍ଡିଆ ଆଇଡିବିଆଇ ଅଫିସର୍ସ ଆସୋସିଏସନ୍‌ର ରାଜ୍ୟ ସଂପାଦକ ରଶ୍ମି ରଂଜନ ବିଶ୍ୱାଳ ଏବଂ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

 

ସମ୍ବନ୍ଧିତ ଖବର