ଇଡ୍‌କୋକୁ ଗୋଲ୍‌ଡେନ୍‌ ପିକକ୍‌ ପୁରସ୍କାର

ଭୁବନେଶ୍ୱର: ଅଭିନବ ଦ୍ରବ୍ୟ ଓ ସେବା ପାଇଁ ଇଡ୍‌କୋକୁ ଗୋଲ୍‌ଡେନ୍‌ ପିକକ୍‌ ପୁରସ୍କାର ପ୍ରଦାନ କରାଯାଇଛି। ଆବଣ୍ଟନ ପରବର୍ତୀ ସ୍ୱୟଂଚାଳିତ ଆବେଦନ ପ୍ରକ୍ରିୟା-ଆପା’ ପାଇଁ ଇଡ୍‌କୋକୁ ଏହି ପୁରସ୍କାର ମିଳିିଛି। ଏପ୍ରିଲ୍‌ ୧୭ ତାରିଖଠାରେ ଦୁବାଇର ସେଣ୍ଟ୍‌ ରଗୋସ୍‌ ହୋଟେଲ୍‌ରେ ଆୟୋଜିତ ହେବାକୁ ଥିବା ୨୮ତମ ବିଶ୍ୱ ବାଣିଜ୍ୟ ଉତ୍କର୍ଷ ଓ ଅଭିନବୀକରଣ ସମ୍ମିଳନୀରେ ଏହି ପୁରସ୍କାର ଇଡ୍‌କୋକୁ ହସ୍ତାନ୍ତର କରାଯିବ। ଦୁବାଇ ସରକାରଙ୍କ କ୍ୟାବିନେଟ୍‌ ମନ୍ତ୍ରୀ ଶେଖ୍‌ ନହ୍ୟାନ୍‌ ବିନ୍‌ ମୁବାରକ୍‌ ଅଲ୍‌ ନହ୍ୟାନ୍‌ ଏହି ପୁରସ୍କାର ପ୍ରଦାନ କରିବେ। ପୁରସ୍କାର ଗ୍ରହଣ କରିବା ପାଇଁ ଇଡ୍‌କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକଙ୍କୁ ଆମନ୍ତ୍ରଣ କରାଯାଇଛି। ଇଡ୍‌କୋ ପକ୍ଷରୁ ୨୦୧୬ ଜାନୁଆରି ୨୩ରେ ଆପା ଆରମ୍ଭ କରାଯାଇଥିଲା। ଆବଣ୍ଟନ ପରବର୍ତୀ ସମସ୍ୟାଗୁଡ଼ିକୁ ସମାଧାନ କରିବା ଦିଗରେ ଏହା ଶିଳ୍ପ ସଂସ୍ଥାଗୁଡ଼ିକ ପାଇଁ ସହାୟକ ହେଉଛି। ସମ୍ପୂର୍ଣ୍ଣ ଅନ୍‌ଲାଇନ୍‌ରେ ଏହି କାର୍ଯ୍ୟ ହେଉଛି।

ସମ୍ବନ୍ଧିତ ଖବର