ଆଇଡିଆର ୯୩ ଟଙ୍କିଆ ପ୍ଲାନ, ୧୦ ଦିନ ପାଇଁ ୧ ଜିବି ଡାଟା, ଅନଲିମିଟେଡ୍‌ କଲିଂ

ମୁମ୍ବାଇ: ମୋବାଇଲ ସେବା କମ୍ପାନି ଆଇଡିଆ ପକ୍ଷରୁ ଏକ ୯୩ ଟଙ୍କିଆ ପ୍ଲାନ ଘୋଷଣା କରାଯାଇଛି । ମୁଖ୍ୟତଃ ଏୟାରଟେଲ ଓ ଜିଓର ସମାନ ପ୍ରକାରର ପ୍ଲାନର ମୁକାବିଲା କରିବା ଲକ୍ଷ୍ୟରେ ଆଇଡିଆ ଏହି ପ୍ଲାନ ଘୋଷଣା କରିଛି । ଏହି ୯୩ ଟଙ୍କିଆ ପ୍ଲାନରେ ୧୦ ଦିନ ପାଇଁ ଅନଲିମିଟେଡ୍‌ ଉଭୟ ଲୋକାଲ ଓ ଏସଟିଡି ଭଏସ୍‌ କଲ୍‌, ୧ ଜିବି ଡାଟା ପ୍ରଦାନ କରୁଛି । ଏହାର ଆଉ ଏକ ବିଶେଷତ୍ୱ ହେଉଛି ଟୁଜି ଠାରୁ ଆରମ୍ଭ କରି ୪ଜି ପର୍ଯ୍ୟନ୍ତ ସବୁ ପ୍ରକାରର ସେବା ପାଇଁ ଏହି ପ୍ଲାନ ଲାଗୁ ହେବ । ଅର୍ଥାତ୍‌ ଯେକୌଣସି ପ୍ରକାରର ହାଣ୍ଡସେଟ୍‌ ଧରିଥିବା ଉପଭେକ୍ତାମାନେ ଏହି ଡାଟା ସୁବିଧା ପାଇପାରିବେ । ତେବେ ଅନଲିମିଡେଟ୍‌ କଲିଂର ମଧ୍ୟ ଏକ ଦୈନିକ ସୀମା ରହିଛି । ଦିନକୁ ପ୍ରାୟ ୨୫୦ ମିନିଟର ଆଉଟଗୋଇଙ୍ଗ୍‌ କଲ୍‌ ବା ସପ୍ତାହକୁ ସର୍ବାଧିକ ୧୦୦୦ ମିନିଟ କଲ କରିପାରିବେ । ଏହି ସୀମାରୁ ଅଧିକ ହେଲେ ଗ୍ରାହକମାନଙ୍କୁ ସେକେଣ୍ଡ ପିଛା ୧ ପଇସା ପଡିବ ।

ମଜାକଥା ହେଉଛି ଗତ ସପ୍ତାହରେ ଏୟାରଟେଲ ପକ୍ଷରୁ ମଧ୍ୟ ଠିକ୍‌ ସମାନ ପ୍ରକାରର ଅଫର ଘୋଷଣା କରାଯାଇଥିଲା । ଏହା ଅନୁଯାୟୀ ଗ୍ରାହକ ୯୩ ଟଙ୍କା ରିଚାର୍ଜ କରି ଅନଲିମିଟେଡ୍‌ ଲୋକାଲ ଓ ଏସଟିଡି କଲିଂ ସୁବିଧା ପାଇପାରିବେ । ଏହା ସହିତ ଦିନକୁ ୧୦୦ ଏସଏମଏସ୍‌ ଓ ୧ ଜିବି ଡାଟା ପାଇପାରିବେ । ୧୦ ଦିନ ପାଇଁ ଏହି ତାରିଫ ଭାଉଚରର ବୈଧତା ରହିବ । ୟୁଜରମାନଙ୍କୁ ଦିନକୁ ୨୫୦ ମିନିଟ୍‌ ଓ ମାସକୁ ୧୦୦୦ ମିନିଟର କଲ୍‌ ସୁବିଧା ପ୍ରଦାନ କରିବ ଏୟାରଟେଲ ।

ସମ୍ବନ୍ଧିତ ଖବର