ନୂଆଦିଲ୍ଲୀ: ଟେଲିକମ୍‌ ମାର୍କେଟରେ ରିଲାଏନ୍ସ ଜିଓ ପ୍ରବେଶ କରିବା ପରେ ସମସ୍ତ ଟେଲିକମ୍‌ କମ୍ପାନି ନିଜନିଜ ବ୍ୟବହାରକାରୀଙ୍କ ପାଇଁ କ୍ୟାସବ୍ୟାକ୍‌ ଅଫର ଲଞ୍ଚ କରାଉଛନ୍ତି। ଆଇଡିଆ ସେଲୁଲର ବି ଏହି କ୍ୟାସବ୍ୟାକ୍‌ ପତିଯୋଗିତାରେ ସାମିଲ ହୋଇଛି। ଆଇଡିଆ ନିଜର ପ୍ରିପେଡ ବ୍ୟବହାରକାରୀଙ୍କ ପାଇଁ "Jeeto Bejhijhak" କ୍ୟାସବ୍ୟାକ୍‌ ଅଫର ପ୍ରଦାନ କରିଛି। ଏହି କ୍ୟାସବ୍ୟାକ୍‌ ଅଫରରେ ଆଇଡିଆରେ ୧୦୦ଟଙ୍କାର ରିଚାର୍ଜ କଲେ ୨୦ଟଙ୍କାର କ୍ୟାସବ୍ୟାକ୍‌ କୁପନ୍‌ ଗ୍ରାହକଙ୍କୁ ମିଳିବ। ଆଇଡିଆର ପ୍ରିପେଡ୍‌ ବ୍ୟବହାରକାରୀ ଏହି କୁପନ୍‌ର ବ୍ୟବହାରକାରୀ ୧୯୯ଟଙ୍କାରୁ ଅଧିକ ରିଚାର୍ଜରେ ବ୍ୟବହାର କରିପାରିବେ।

Advertisment

publive-image

ତେବେ ଗ୍ରାହକ ଏହି କ୍ୟାସବ୍ୟାକ୍‌ ଅଫରର ଫାଇଦା ଉଠାଇବା ପାଇଁ ଆଇଡିଆ େଓ୍ଵବସାଇଟ  ଓ ମାଇ ଆଇଡିଆ ଆପ୍‌ ଜରିଆରେ ରିଚାର୍ଜ କରି କରିପାରିବେ। ସେହିପରି ଏହି କୁପନ୍‌ର ବ୍ୟବହାର ଆଇଡିଆ ଆପ୍‌ ଓ େଓ୍ଵବସାଇଟ୍‌ ଜରିଆରେ ରିଚାର୍ଜ କରିବା ଦ୍ୱାରା ହିଁ ବ୍ୟବହାର କରି ପାରିବେ ଗ୍ରାହକ।