ନୂଆଦିଲ୍ଲୀ: ଟେଲିକମ୍ କମ୍ପାନି ଆଇଡିଆ ସେଲୁଲାର ଲିମିଟେଡ ପକ୍ଷରୁ ଆସନ୍ତା ୨୬ ତାରିଖରେ ଇଜିଏମ୍ ବୈଠକ ଡକାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଏହି ବୈଠକରେ ଆଇଡିଆର ନାମ ପରିବର୍ତ୍ତନ କରାଯାଇ ଭୋଡାଫୋନ ଆଇଡିଆ ଲିମିଟେଡ ରଖାଯିବା ନେଇ ସଦସ୍ୟମାନଙ୍କ ମତାମତ ନିଆଯିବ। ଆଇଡିଆ ପକ୍ଷରୁ ଷ୍ଟକ ଏକ୍ସଚେଞ୍ଜକୁ ଏହି ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଆଇଡିଆ ଓ ଭୋଡ଼ାଫୋନ୍ର ମିଶ୍ରଣ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଖୁବ୍ଶୀଘ୍ର ଟେଲିକମ୍ ବିଭାଗ ଏହି ମିଶ୍ରଣକୁ ମଞ୍ଜୁରି ଦେବ। ମିଶ୍ରଣ ପରେ ଗଠିତ ନୂଆ କମ୍ପାନି ସର୍ବବୃହତ୍ କମ୍ପାନିରେ ପରିଣତ ହେବ। ନାମ ପରିବର୍ତ୍ତନ ସମେତ ଇଜିଏମ୍ ବୈଠକରେ ନନ୍ କନ୍ଭର୍ଟବେଲ୍ ଡିବେଞ୍ଚର୍ସ ମାଧ୍ୟମରେ ୧୫ ହଜାର କୋଟି ଟଙ୍କା ସଂଗ୍ରହ ସମ୍ପର୍କରେ ମଧ୍ୟ ଆଲୋଚନା ହେବା କାର୍ଯ୍ୟକ୍ରମ ରହିଛି।
ଆଇଡିଆ ନାମ ବଦଳିବ
/sambad/media/post_attachments/wp-content/uploads/2018/06/Idea_Cellular_Logo_svg_-696x426.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)