ସାଧାରଣତଃ ‘ଜିଓ’ ଓ ‘ଏୟାର୍ଟେଲ୍’ ମଧ୍ୟରେ ଟଣାଓଟରା ଲାଗିଥିବାବେଳେ,ଏବେ ଭାରତୀୟ ଟେଲିକମ୍ କଂପାନି ‘ଆଇଡ଼ିଆ’ମଧ୍ୟ ବହୁଦିନର ବ୍ୟବଧାନ ପରେ ପୁଣିଥରେ ଗ୍ରାହକଙ୍କ ଲାଗି ୨ଟି ଦମ୍ଦାର୍ ଅଫର୍କୁ ଲଞ୍ଚ୍ କରିଛି, ଯେଉଁଥିରେକି କଂପାନି ପକ୍ଷରୁ ୧୯୮ ଟଙ୍କା ଏବଂ ୩୫୭ଟଙ୍କାର ଦୁଇଟି ପ୍ଲାନ୍କୁ ଲଞ୍ଚ୍ କରାଯାଇଛି।ଯେଉଁଥିରେକି ଉପଭୋକ୍ତା ଅନ୍ଲିମିଟେଡ଼୍ କଲିଙ୍ଗ୍ ସାଂଗକୁ ହାଇସ୍ପିଡ଼୍ ଡ଼ାଟାର ସୁବିଧା ପାଇପାରିବେ। ତେବେ ଆଇଡ଼ିଆ ପକ୍ଷରୁ ଏୟାର୍ଟେଲ୍ର ୧୯୯ଟଙ୍କାର ପ୍ଲାନ୍କୁ ଆଖିଆଗରେ ରଖି ଏହି ନୂତନ ୧୯୮ ଟଙ୍କାର ପ୍ଲାନ୍କୁ ଲଞ୍ଚ୍ କରାଯାଇଛି ବୋଲି କୁହାଯାଇଛି।
ଆସନ୍ତୁ ସଂକ୍ଷେପରେ ଜାଣିବା ଆଇଡ଼ିର ଏହି ଦୁଇଟି ନୂତନ ପ୍ଲାନ୍ ବିଷୟରେ...
୧୯୮ଟଙ୍କାର ପ୍ଲାନ୍ :୧୯୮ ଟଙ୍କାର ପ୍ଲାନ୍ ଅନୁସାରେ ଉପଭୋକ୍ତା ଏଥିରେ ୧ଜିବିର ୨ଜି,୩ଜି ଏବଂ ୪ଜିର ଡ଼ାଟା ସାଂଗକୁ ଯେକୌଣସି ନେଟଓ୍ଵର୍କକୁ ଅସିମୀତ କଲ୍ କରିବାର ସୁବିଧା ପାଇପାରିବେ,ଯାହାରକି ବୈଧତା ୨୮ ଦିନ ରହିବ।
୩୫୭ ଟଙ୍କାର ପ୍ଲାନ୍ :ତେବେ ଆଇଡ଼ିଆର ୩୫୭ଟଙ୍କାର ପ୍ଲାନ୍ ମୁତାବିକ୍ ଗ୍ରାହକଙ୍କୁ ଏଥିରେ ୧ଜିବିର ୨ଜି,୩ଜି ଏବଂ ୪ଜିର ଡ଼ାଟା ସାଂଗକୁ,ଯେକୌଣସି ନେଟ୍ଓ୍ଵାର୍କକୁ ଅସିମୀତ କଲ୍ କରିବାର ସୁବିଧା ମିଳିପାରିବ।ତେବେ ଏହି ଦୁଇଟି ପ୍ଲାନ୍ର ସବୁଠୁ ମୁଖ୍ୟ କଥା ହେଉଛି ଏଇଆ ଯେ,ଏହି ୨ଟି ପ୍ଲାନ୍ର ସୁବିଧାକୁ ୨ଜି ଉପଭୋକ୍ତା ମଧ୍ୟ ବ୍ୟବହାର କରିପାରିବେ। ଏତଦ୍ବ୍ୟତୀତ ଏହି ୨ଟି
ପ୍ଲାନ୍ରେ ଉପଭୋକ୍ତା ପ୍ରତ୍ୟେକ ଦିନ କେବଳ ୩୦୦ ମିନିଟ୍ର ମାଗଣା କଲ୍ କରିପାରିବେ।