ଆଇଡିଆ ଛାଡିଲା ୩୦୯ ଟଙ୍କିଆ ପ୍ଲାନ ; ଫ୍ରି ରୋମିଂ, ଦିନକୁ ୧ ଜିବି ଡାଟା

ନୂଆଦିଲ୍ଲୀ- ୫୦୯ ଟଙ୍କାର ପ୍ଲାନ ଛାଡ଼ିବାର ଦୁଇ ଦିନ ପରେ ମୋବାଇଲ ସେବା ପ୍ରଦାନକାରୀ କମ୍ପାନି ଆଇଡିଆ ପକ୍ଷରୁ ଏବେ ୩୦୯ ଟଙ୍କାର ପ୍ଲାନ ବଜାରକୁ ଛଡାଯାଇଛି । ତେବେ ୫୦୯ ଟଙ୍କା ପ୍ଲାନରେ ଭାଲି଼ିଡିଟି ୮୪ ଦିନ ଥିବାବେଳେ ୩୦୯ ଟଙ୍କାର ପ୍ଲାନର ଭାଲିଡିଟି ରହିଛି ମାତ୍ର ୨୮ ଦିନ । ଏହି ପ୍ଲାନ ମାଧ୍ୟମରେ କମ୍ପାନି ପକ୍ଷରୁ ଦିନକୁ ୧ଜିବି ୩ଜି ଡାଟା, ଅନଲିମିଟେଡ୍‌ ଲୋକାଲ ଓ ଏସଟିଡି କଲ , ଫ୍ରି ରୋମିଂ ଓ ଦିନକୁ ୧୦୦ ଏସଏମଏସ୍‌ ପ୍ରଦାନ କରାଯାଉଛି । ଆହୁରି ମଧ୍ୟ ମାଇଆଇଡିଆ ଆପ ମଧ୍ୟମରେ ରିଚାର୍ଜ କରୁଥିବା ଗ୍ରାହକମାନଙ୍କ ପାଇଁ କମ୍ପାନି ଦିନକୁ ଅତିରିକ୍ତ ୧ ଜିବି ଡାଟା ପ୍ରଦାନ କରାଯାଉଛି । ଅର୍ଥାତ୍‌ ଗ୍ରାହକମାନେ ଦିନକୁ ୨ ଜିବି ଡାଟା ପାଇପାରିବେ ।

ଜିଓର ୩୦୯ ଟଙ୍କିଆ ପ୍ଲାନକୁ ଟକ୍କର ଦେବା ପାଇଁ କମ୍ପାନି ପକ୍ଷରୁ ଏହି ପ୍ଲାନ ଆରମ୍ଭ କରାଯାଇଥିବା କୁହାଯାଉଛି । ଏହି ପ୍ଲାନ ମାଧ୍ୟମରେ ଜିଓ ୪୯ ଦିନ ପାଇଁ ଦିନକୁ ୧ ଜିବି ୪-ଜି ଡାଟା, ଦିନକୁ ୭୦ ଏସଏମଏସ ଓ ଅନଲିମିଟେଡ୍‌ ଫ୍ରି ଭଏସ୍‌ କଲ୍‌ ପ୍ରଦାନ କରାଯାଉଛି । ତେବେ ତଫାତ ଏତିକି ଯେ ଜିଓ ୪ଜି ସେବା ପ୍ରଦାନ କରୁଥିବାବେଳେ ଆଇଡିଆ ୩ଜି ସେବା ପ୍ରଦାନ କରୁଛି ।

ମାତ୍ର ଦୁଇ ଦିନ ପୂର୍ବେ ଆଇଡିଆ ପକ୍ଷରୁ ୫୦୯ ଟଙ୍କିଆ ପ୍ଲାନ ଘୋଷଣା କରାଯାଇଥିଲା । ଏହି ପ୍ଲାନ ମାଧ୍ୟମରେ କମ୍ପାନି ପକ୍ଷରୁ ୮୪ ଦିନ ପାଇଁ ଦିନକୁ ୧ଜିବି ୩ଜି ଡାଟା, ଅନଲିମିଟେଡ୍‌ ଲୋକାଲ ଓ ଏସଟିଡି କଲ , ଫ୍ରି ରୋମିଂ ଓ ଦିନକୁ ୧୦୦ ଏସଏମଏସ୍‌ ପ୍ରଦାନ କରାଯାଉଛି । ଏହି ପ୍ଲାନ ମାଧ୍ୟମରେ ଆଇଡିଆ ଜିଓର ୪୫୯ ଟଙ୍କା ଓ ଏୟାରଟେଲ୍‌ର ୫୦୯ ଟଙ୍କିଆ ପ୍ଲାନ ସହ ପ୍ରତିଯୋଗିତା କରୁଛି ।

ସମ୍ବନ୍ଧିତ ଖବର