ଆହୁରି ଲୋଭନୀୟ ହେଲା ଆଇଡିଆର ୩୦୯ ଟଙ୍କିଆ ପ୍ଲାନ

ମୁମ୍ବାଇ: ଆଜିକାଲି ଟେଲିକମ କ୍ଷେତ୍ରରେ ପ୍ରତିଯୋଗିତା ବହୁତ ବଢିଯାଇଛି । ପ୍ରତିଦିନ ଅନେକ ଟେଲିକମ କମ୍ପାନି ଆକର୍ଷଣୀୟ ପ୍ଲାନମାନ ବଜାରକୁ ଛାଡୁଛନ୍ତି । ବିଶେଷକରି ମୁକେଶ ଅମ୍ବାନିଙ୍କ ଜିଓ ସହିତ ମୁକାବିଲା ଲାଗି ଏସବୁ ଯୋଜନାମାନ ପ୍ରସ୍ତୁତ କରୁଛନ୍ତି ଅନ୍ୟ ଟେଲିକମ ଅପରେଟର । ପ୍ରାୟ ମାସକ ତଳେ ଆଇଡିଆ ପକ୍ଷରୁ ଲଞ୍ଚ୍‌ ହୋଇଥିବା ୩୦୯ ଟଙ୍କିଆ ପ୍ଲାନକୁ କମ୍ପାନି ତରଫରୁ ଆହୁରି ଆକର୍ଷଣୀୟ କରାଯାଇଛି । ଏହି ଅପଗ୍ରେଡେଡ୍‌ ପ୍ଲାନ ଅନୁସାରେ ଦିନକୁ ୧.୫ ଜିବି ୪ଜି ଡାଟା ପାଇବେ । ଏହାଫଳରେ ୨୮ ଦିନ (ପ୍ୟାକେଜ୍‌ ସମୟ)ରେ ଗ୍ରାହକମାନେ ମୋଟ ୪୨ ଜିବି ଡାଟା ପାଇବେ । ପୁଣି ଦିନକୁ ସର୍ବାଧିକ ୨୫୦ ମିନିଟ୍‌ ଓ ସପ୍ତାହକୁ ୧୦୦୦ ମିନିଟ୍‌ର ଭଏସ୍‌ କଲ୍‌ କରିପାରିବେ । ଏହାଠାରୁ ଅଧିକ ହେଲେ ଗ୍ରାହକ ସେକେଣ୍ଡକୁ ଏକ ପଇସା ଦେବେ । ସେହିପରି ସର୍ବାଧିକ ୧୦୦ ଏସଏମଏସ୍‌ କରିହେବ ।

ସୂଚନାଯୋଗ୍ୟ ଯେ ରିଲାଏନ୍ସ ଜିଓର ୩୦୯ ଟଙ୍କିଆ ପ୍ଲାନରେ ୪୯ ଦିନ ପାଇଁ ଦିନକୁ ୧ ଜିବି ଡାଟା,ଅନଲିମିଟେଡ୍‌ ଲୋକାଲ ଓ ଏସଟିଡି କଲିଂ ଓ ଜିଓ ଆପ ଓ ଜିଓ ଟିଭି ସୁବିଧା ମାଗଣାରେ ପ୍ରଦାନ କରାଯାଉଛି ।

ସେହିପରି ଏୟାରଟେଲ ୩୪୯ ଟଙ୍କାରେ ୨୮ ଦିନ ପାଇଁ ଦିନକୁ ୨ଜିବି ଡାଟା ଓ ,ଅନଲିମିଟେଡ୍‌ ଲୋକାଲ ଓ ଏସଟିଡି କଲିଂ ଓ ୧୦୦ ମାଗଣା ଏସଏମଏସ ପ୍ରଦାନ କରାଯାଉଛି ।

ସମ୍ବନ୍ଧିତ ଖବର