‘ଆଇଡେଷ୍ଟିନି’ର ନୂଆ ଆପଲ୍‌ ଷ୍ଟୋର୍‌

ଭୁବନେଶ୍ବର: ଆଇଡେଷ୍ଟିନି ପକ୍ଷରୁ ସହିଦନଗର ଜନପଥରେ ନୂଆ ଆପଲ୍ ସ୍ବୀକୃତିପ୍ରାପ୍ତ ‌ଷ୍ଟୋର୍‌ ଖୋଲାଯାଇଛି। ଏହାକୁ ଓଲିଉଡ୍‌ ଅଭିନେତ୍ରୀ ଏଲିନା ସାମନ୍ତରାୟ ଉଦଘାଟନ କରିଛନ୍ତି। ସହରରେ ଏହା ଆଇଡେଷ୍ଟିନିର ଦ୍ବିତୀୟ ଷ୍ଟୋର ଯେଉଁଠାରେ ଗ୍ରାହକମାନେ ଆପଲ୍‌ର ବିଭିନ୍ନ ଉତ୍ପାଦ ଯଥା ଆଇଫୋନ୍, ମ୍ୟାକ୍, ଆଇପ୍ୟାଡ୍ ଓ ଆକ୍‌ସେସୋରିଜ୍ କିଣିପାରିବେ। ଏହି ଅବସରରେ ଆଇଡେଷ୍ଟିନିର ନିର୍ଦେଶକ ବିଜୟ ଡୁଗର, ମହାପ୍ରବନ୍ଧକ ସଲିଳ ସିଂହ, ମାର୍କେଟିଂ ମୁଖ୍ୟ ସାକ୍ଷୀ ଶର୍ମା ଓ ଅପରେସନ ମୁଖ୍ୟ ଓମାର ଖାନ୍ ଉପସ୍ଥିତ ଥିଲେ। ଷ୍ଟୋର୍‌ରେ ଗ୍ରାହକମାନେ ସହଜ ଇଏମ୍‌ଆଇ ଓ ବାଏବ୍ୟାକ୍ ସ୍କିମ୍ ପାଇପାରିବେ। ଏକ ହଜାର ବର୍ଗଫୁଟର ଏହି ଷ୍ଟୋର୍‌ରେ ଗୋଟିଏ ଛାତ ତଳେ ଆପଲ୍‌ର ଲାପଟପ୍, ଡେସ୍କଟପ୍, ମୋବାଇଲ୍ ଓ ଆଇପ୍ୟାଡ୍‌ର ସମ୍ପୂର୍ଣ୍ଣ ବର୍ଗମାଳା ଉପଲବ୍ଧ ରହିଛି। ଗ୍ରାହକମାନଙ୍କୁ ସେବା ପ୍ରଦାନ କରିବା ଲାଗି ପ୍ରଶିକ୍ଷିତ ଷ୍ଟାଫ୍‌ ରହିଛନ୍ତି। ସେମାନେ ବ୍ୟବସାୟୀ, ପ୍ରଫେସନାଲ ଓ ଛାତ୍ରଛାତ୍ରୀଙ୍କୁ ଆପଲ୍‌ ଉତ୍ପାଦର ବ୍ୟବହାରିତା ବିଷୟରେ ମଧ୍ୟ ବୁଝାଉଛନ୍ତି।

ସମ୍ବନ୍ଧିତ ଖବର