କରୋନା ସମୟରେ ଅବସର ନେ‌ଲେ ତୁରନ୍ତ ସାମୟିକ ପେନ୍‌ସନ୍ ମିଳିବ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଯେଉଁ ସରକାରୀ କର୍ମଚାରୀମାନେ ଅବସର ନେବେ ସେମାନଙ୍କୁ ପ୍ରୋଭିଜନାଲ୍‌ ପେନ୍‌ସନ୍ ବା ସାମୟିକ ଭାବେ ଏକ ନିର୍ଦିଷ୍ଟ ସମୟ ପାଇଁ ପେନ୍‌ସନ୍ ପ୍ରଦାନ କରାଯିବ। କରୋନା ମହାମାରୀ ପାଇଁ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। କିଛି କର୍ମଚାରୀ ଏହି ସମୟରେ ଅବସର ନେଉଥିବା ବେଳେ ତାଙ୍କୁ ପେନ୍‌ସନ୍ ପେମେଣ୍ଟ୍‌ ଅର୍ଡର (ପିପିଓ) ଦିଆଯାଇପାରୁନାହିଁ। ଏହାକୁ ଦୃଷ୍ଟିରେ ସେମାନଙ୍କୁ ନିୟମିତ ପେନ୍‌ସନ୍ ନମିଳିବା ପର୍ଯ୍ୟନ୍ତ ସାମୟିକ ପେନ୍‌ସନ୍ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର