ନୂଆଦିଲ୍ଲୀ: ଭାରତରେ ଲୁହା ଏବଂ ଇସ୍ପାତ କ୍ଷେତ୍ରରୁ ଅଧିକ ମାତ୍ରାରେ ସବୁଜ ଗୃହ ଗ୍ୟାସ ବାହାରୁଛି। ଦେଶର ମୋଟ ଅଙ୍ଗାରକାମ୍ଳ ନିର୍ଗମନରେ ଏହି କ୍ଷେତ୍ରର ଯୋଗଦାନ ୧୨ ପ୍ରତିଶତ। ୨୦୩୦ ସୁଦ୍ଧା ଦେଶର ଇସ୍ପାତ ଉତ୍ପାଦନ ୨୫୫ ନିୟୁତ ଟନ୍ ଏବଂ ୨୦୫୦ ସୁଦ୍ଧା ୫୦୦ ନିୟୁତ ଟନ୍‌ ହେବ ବୋଲି ଆକଳନ କରାଯାଉଛି। ତେଣୁ ନିଟ୍‌ ଜିରୋ ଲକ୍ଷ୍ୟ ହାସଲ ପାଇଁ ଏହି କ୍ଷେତ୍ରରେ ପରିବର୍ତ୍ତନର ଆବଶ୍ୟକତା ରହିଛି। 

Advertisment

ଜଳବାୟୁ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ଆଇଫରେଷ୍ଟ୍‌ ପକ୍ଷରୁ ଇଣ୍ଡିଆନ୍ ଷ୍ଟିଲ୍‌ ଆସୋସିଏସନ୍‌ ସହଯୋଗରେ ନୂଆଦିଲ୍ଲୀରେ ଇଣ୍ଡିଆ ଗ୍ରିନ୍ ଷ୍ଟିଲ୍ ଟ୍ରାଞ୍ଜିସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଆଇଫରେଷ୍ଟ୍‌ ପକ୍ଷରୁ ଲୁହା ଓ ଇସ୍ପାତ କ୍ଷେତ୍ର ପାଇଁ ୩ଟି ରିପୋର୍ଟ ପ୍ରକାଶ କରାଯାଇଛି। ସେଗୁଡ଼ିକ ହେଲା ବିଆର୍‌ଏସ୍‌ଆର୍‌ ଡିସ୍‌କ୍ଲୋଜର: ଇଏସ୍‌ଜି ପର୍‌ଫର୍ମାନ୍ସ ଅଫ୍ ଦ ଷ୍ଟିଲ ସେକ୍ଟର (୨୦୨୩-୨୪), ଦ ବିଆର୍‌ଏସ୍‌ଆର୍‌ ସପ୍ଲିମେଣ୍ଟ୍‌ ଫର୍‌ ଦି ଷ୍ଟିଲ୍ ସେକ୍ଟର: ଏନହାନ୍ସିଂ ଇଏସ୍‌ଜି ଡିସ୍‌‌କ୍ଲୋଜର ଆଣ୍ଡ୍‌ ଟ୍ରାନ୍ସପରେନ୍ସସି ଏବଂ ଦ ୟୁନିଫାଏଡ୍‌ ଜିଏଚ୍‌ଜି ଆକାଉଣ୍ଟିଂ ଆଣ୍ଡ୍ ଏମ୍‌ଆର୍‌ଭି ଫ୍ରେମୱର୍କ।

dfsfhfhfhfh

କ୍ଲାଇମେଟ୍ ଫାଇନାନ୍ସ ପାଇଁ ବିପୁଳ ଅର୍ଥର ଆବଶ୍ୟକତା ରହିଛି। ଏହି ଅର୍ଥ ସଂଗ୍ରହ ପାଇଁ ୩ଟି ଜିନିଷ ଆବଶ୍ୟକ। ସେଗୁଡ଼ିକ ମଧ୍ୟରେ ପ୍ରଥମଟି ହେଲା ଟାକ୍ସୋନୋମି, ଦ୍ବିତୀୟଟି ହେଲା କାର୍ବନ ପରିମାଣ ହ୍ରାସ ପାଇଁ ସ୍ପଷ୍ଟ ରୋଡମ୍ୟାପ ପ୍ରସ୍ତୁତି ଏବଂ ତୃତୀୟଟି ହେଲା ଏ କ୍ଷେତ୍ରରେ ନିବେଶ ନିଷ୍ପତ୍ତି ପାଇଁ ଏକ ବିଶ୍ବସନୀୟ, ତୁଳନାତ୍ମକ ଏବଂ ଯାଞ୍ଚଯୋଗ୍ୟ ସୂଚନାର ଉପଲବ୍ଧତା। ଆଇ‌ଫରେଷ୍ଟ୍‌ ପକ୍ଷରୁ ଆଜି ହୋଇଥିବା କାର୍ଯ୍ୟକ୍ରମ ତୃତୀୟ ପଦକ୍ଷେପ ପାଇଁ ଉଦ୍ଦିଷ୍ଟ ବୋଲି ଆଇଫରେଷ୍ଟ୍‌ର ସିଇଓ ଚନ୍ଦ୍ର ଭୂଷଣ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ମତ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସେବିର ପୂର୍ବତନ ଅଧ୍ୟକ୍ଷ ଅଜୟ ତ୍ୟାଗୀ ଏବଂ ଇଣ୍ଡିଆନ୍ ଷ୍ଟିଲ୍‌ ଆସୋସିଏସନର ମହାସଚିବ ଆଲୋକ ସହାୟ ଯୋଗଦେଇ ସେମାନଙ୍କ ବକ୍ତବ୍ୟ ରଖିଥିଲେ। ଇସ୍ପାତ କ୍ଷେତ୍ରକୁ ସବୁଜ କରିବା ପାଇଁ ୯ ଲକ୍ଷ କୋଟିର ନିବେଶ ଆବଶ୍ୟକ ବୋଲି ଶ୍ରୀ ସହାୟ କହିଥିଲେ।