ଆଇଆଇଟି ମାଡ୍ରାସ ଦଳ ଡିଡିଏମ୍ ଆଇଟି କୁଇଜ୍ ବିଜେତା

ଭୁବନେଶ୍ବର: ମାଇଣ୍ଡ୍‌ଫାୟାର ସଲ୍ୟୁସନ୍ସ ପକ୍ଷରୁ ହୋଟେଲ୍‌ ପାଲ୍‌ ହାଇଟସ୍‌ରେ ଆୟୋଜନ କରାଯାଇଥିବା ଡିଡିଏମ୍ ଆଇଟି କୁଇଜ୍‌ର ଭୁବନେଶ୍ବର ସଂସ୍କରଣ ବିଜେତା ହୋଇଛନ୍ତି ଆଇଆଇଟି ମାଡ୍ରାସର ଜି ପ୍ରଣୟ ହରି ଓ ରାହୁଲ ହୁମାୟୁନ। ଏହି ପ୍ରତିଯୋଗିତାରେ ୫୦୦ରୁ ଅଧିକ ମ୍ୟାନେଜମେଣ୍ଟ୍‌ ଓ ବୈଷୟିକ ଶିକ୍ଷାନୁଷ୍ଠାନ ଅଂଶଗ୍ରହଣ କରିଥିଲେ। ପ୍ରାଥମିକ ରାଉଣ୍ଡ୍‌ରେ ୧୫୦ଟି ଦଳ ଆଗକୁ ବଢ଼ିଥିଲେ ଏବଂ ଶ୍ରେଷ୍ଠ ୮ଟି ଦଳ ଫାଇନାଲ୍‌ରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଆନ୍ତର୍ଜାତିକ କୁଇଜ୍ ମାଷ୍ଟର୍‌ ଲଏଡ୍‌ ସାଲ୍‌ଦାନି କୁଇଜ୍ ପରିଚାଳନା କରିଥିଲେ। ପ୍ରତିଯୋଗିତାର ଭୁବନେଶ୍ବର ସଂସ୍କରଣ ବିଜେତାଙ୍କୁ ଏକ ଲକ୍ଷ ଟଙ୍କାର ନଗଦ ରାଶି ପ୍ରଦାନ କରାଯାଇଛି। ‌ଏନ୍‌ଆଇଟି ରାଉରକେଲାର ଅଭିଶେକ ପାତ୍ର ଓ ପ୍ରଥମେଶ ଦାସ ପ୍ରଥମ ରନର୍ସଅପ୍ ହୋଇ ୫୦ ହଜାର ଟଙ୍କା ଏବଂ ସେହି ଅନୁଷ୍ଠାନର ବିବେକ ପ୍ରସାଦ ଓ ସାୟଦ ମୁନିବ ଅହମ୍ମଦ ଦ୍ବିତୀୟ ରନର୍ସ ଅପ୍ ଭାବେ ୩୦ ହଜାର ଟଙ୍କାର ପୁରସ୍କାର ଜିତିଛନ୍ତି।

ସମ୍ବନ୍ଧିତ ଖବର