ହାଇଦ୍ରାବାଦ: ବିଶ୍ୱର ସର୍ବବୃହତ୍ ଫର୍ଣ୍ଣିଚର ରିଟେଲ୍ ଚେନ୍ ସ୍ୱିଡେନ୍ର ଆଇକିଆ ପକ୍ଷରୁ ଭାରତରେ ଏହାର ପ୍ରଥମ ଷ୍ଟୋର ଗତ ୯ ତାରିଖରେ ହାଇହ୍ରାବାଦରେ ଖୋଲିଛି। ହାଇଦ୍ରାବାଦର ହାଇଟେକ୍ ସିଟିରେ ଖୋଲିଥିବା ଏହି ସୋରୁମ୍ ପ୍ରେମରେ ହାଇଦ୍ରାବାଦବାସୀ ପଡ଼ିଯାଇଛନ୍ତି। ଷ୍ଟୋର ଯେଉଁଦିନ ଖୋଲିଲା ସେହି ଦିନ ଷ୍ଟୋରକୁ ୪୦ ହଜାର ଲୋକ ଆସିଛନ୍ତି। କମ୍ପାନି ଯଦିଓ ପ୍ରଥମ ଦିନ କେତେ ବ୍ୟବସାୟ କରିଛି ତାହା ପ୍ରକାଶ କରିନାହିଁ ତଥାପି କୋଟିଏ ଟଙ୍କାରୁ ଅଧିକ ବ୍ୟବସାୟ ଆଇକିଆ ପ୍ରଥମ ଦିନରେ ହିଁ କରିଛି ବୋଲି ଅନୁମାନ କରାଯାଉଛି। ୧୩ ଏକର ପରିମିତ ଜମିରେ ନିର୍ମିତ ଏହି ଷ୍ଟୋର୍ ନିର୍ମାଣ ବାବଦରେ କମ୍ପାନି ୧୦୦୦ କୋଟି ଟଙ୍କା ନିବେଶ କରିଛି। ଏଠାରେ ଗ୍ରାହକମାନେ ୭୫୦୦ ପ୍ରକାରର ସାମଗ୍ରୀ କିଣିବାକୁ ପାଇବେ, ଯେଉଁଥିରେ ପ୍ରାୟ ୧୦୦୦ ପ୍ରକାର ସାମଗ୍ରୀର ମୂଲ୍ୟ ୨୦୦ ଟଙ୍କା ତଳେ ରହିଛି। ଏହି ଷ୍ଟୋର୍ରେ କମ୍ପାନି ୯୫୦ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଦେଇଛି। ଏତଦ୍ବ୍ୟତୀତ ଏହି ଷ୍ଟୋର୍ ଯୋଗୁଁ ୧୫୦୦ ଲୋକଙ୍କୁ ପରୋକ୍ଷ ନିଯୁକ୍ତି ମିଳିପାରିଛି। ଏହି ଷ୍ଟୋର ଭିତରେ କମ୍ପାନିର ଯେଉଁ ରେସ୍ତୋରାଁଟି ଖୋଲାଯାଇଛି ସେଠାରେ ୧୦୦୦ ଲୋକ ବସି ଖାଇବା ସୁବିଧା ରହିଛି। ଆଇକିଆର ଏହା ସର୍ବବୃହତ୍ ରେସ୍ତୋରାଁ।
ହାଇଦ୍ରାବାଦବାସୀଙ୍କୁ ‘ଆଇକିଆ’ ମାନିଆ
/sambad/media/post_attachments/wp-content/uploads/2018/08/ikea.jpg)