୨୦୨୧ରେ ବିଶ୍ବର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବ ଭାରତ, ଚୀନକୁ ପଛରେ ପକାଇବ : ଆଇଏମଏଫ

ନୂଆଦିଲ୍ଲୀ : ଦେଶରେ କରୋନାର ୨ୟ ଲହରୀ ମଧ୍ୟରେ ମୋଦୀ ସରକାରଙ୍କ ପାଇଁ ଆଶାର କିରଣ ଆଣିଦେଇଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଏମଏଫ) । ଆଇଏମଏଫ ଆଜି କହିଛି ଯେ ୨୦୨୧ରେ ଭାରତୀୟ ଅର୍ଥନୀତି ୧୨.୫ ହାରରେ ଅଭିବୃଦ୍ଧି ଲାଭ କରି ବିଶ୍ବର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିର ମାନ୍ୟତା ପାଇବ । ଏପରିକି ଅଭିବୃଦ୍ଧି କ୍ଷେତ୍ରରେ ଭାରତ ଚୀନକୁ ପଛରେ ପକାଇଦେବ ।

୨୦୨୦ରେ କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ୮ ପ୍ରତିଶତ ହ୍ରାସ ପାଇଥିଲା । ଏହାକୁ ନେଇ ମୋଦୀ ସରକାର ସବୁ ମହଲରୁ ସମାଲୋଚନାର ଶିକାର ହୋଇଥିଲେ । କିନ୍ତୁ ଏବେ ଆଇଏମଏଫର ଏହି ପୂର୍ବାନୁମାନ ମୋଦୀ ସରକାରଙ୍କୁ ଆଶ୍ବସ୍ତ କରିବ । ତେବେ ୨୦୨୧ର ଏହି ଅଭିବୃଦ୍ଧି ହାର ମୁଖ୍ୟତଃ ୨୦୨୦ର ନକାରାତ୍ମକ ଅଭିବୃଦ୍ଧିକୁ ଭିତ୍ତିକରି ହୋଇଥିବାରୁ ତାହା ଉଚ୍ଚ ରହିଛି । କିନ୍ତୁ ୨୦୨୨ ରେ ଅର୍ଥନୀତିର ଅଭିବୃଦ୍ଧି ହାର ପୁଣି ସ୍ବାଭାବିକ ଭାବେ ୬.୯ ପ୍ରତିଶତକୁ ଫେରିବ ।

ଅନ୍ୟପକ୍ଷରେ ଗତ ବର୍ଷ ୨.୩ ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିବା ଚୀନ ଏବର୍ଷ ୮.୬ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବ ।

ସମ୍ବନ୍ଧିତ ଖବର