ୟୁକ୍ରେନ ଯୁଦ୍ଧ ପ୍ରଭାବରୁ ଧୀମା ହେବ ବିଶ୍ବ ଅର୍ଥନୀତି, ଭାରତୀୟ ଅର୍ଥନୀତି ବି ବର୍ତ୍ତିପାରିବନି : ଆଇଏମଏଫ୍

ନୂଆଦିଲ୍ଲୀ : ୟୁକ୍ରେନ ଉପରେ ରୁଷର ଆକ୍ରମଣ ସମଗ୍ର ବିଶ୍ବର ଅର୍ଥନୀତିକୁ ଗୁରୁତରଭାବେ ପ୍ରଭାବିତ କରିବାର ଆଶଙ୍କା ରହିଛି । ଏପରିକି ଭାରତୀୟ ଅର୍ଥନୀତି ବି ଏହି ଯୁଦ୍ଧର ପ୍ରକୋପରୁ ରକ୍ଷା ପାଇବ ନାହିଁ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ପୂର୍ବାନୁମାନ କରିଛି ।

ୟୁକ୍ରେନ ଯୁଦ୍ଧ ପ୍ରଭାବରୁ ୨୦୨୨ରେ ବିଶ୍ବର ଅର୍ଥନୈତିକ ଅଭିବୃଦ୍ଧି ୩.୬ ପ୍ରତିଶତକୁ ହ୍ରାସ ପାଇବ । ଭାରତୀୟ ଅର୍ଥନୀତି ୮.୨ ପ୍ରତିଶତ ହାରରେ  ଅଭିବୃଦ୍ଧି ହାସଲ କରିବ । ଏହି ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଆଇଏମଏଫ୍ ଅଟକଳ କରିଥିଲା ଯେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ୯ ପ୍ରତିଶତ ରହିବ । ଅର୍ଥାତ ଯୁଦ୍ଧ ପ୍ରଭାବରୁ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ୦.୮ ପ୍ରତିଶତ ପଏଣ୍ଟ ହ୍ରାସ ପାଇବ ।

ଗତ ଫେବ୍ରୁଆରି ୨୪ ତାରିଖରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଥିଲା । ସେବେଠାରୁ ଏହି ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧ ପରେ ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ଦେଶମାନେ ରୁଷ ଉପରେ କଠୋର ଆର୍ଥିକ କଟକଣା ଲଗାଇଥିଲେ । ଏହା ଫଳରେ ବିଶ୍ବ ବଜାରରେ ତେଲଦର ବୃଦ୍ଧି ପାଇଚାଲିଛି । ଉଚ୍ଚ ତେଲ ଦର ଯୋଗୁଁ ତେଲ କିଣୁଥିବା ଦେଶମାନଙ୍କ ଆର୍ଥିକ ଅବସ୍ଥା ବିଗିଡିବାରେ ଲାଗିଛି । ଅନ୍ୟପକ୍ଷରେ ଏହି ଯୁଦ୍ଧ ଯୋଗୁଁ ଗହମ, ଖାଇବା ତେଲ ଆଦି ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପାଇବାରେ ଲାଗିଛି ।

 

ସମ୍ବନ୍ଧିତ ଖବର