ଇମ୍ଫାର ୩୮୯ କୋଟିର ରାଜସ୍ବ ହାସଲ

ଭୁବନେଶ୍ବର : ଧାତୁ ଉତ୍ପାଦନକାରୀ କଂପାନି ଇମ୍ଫା ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ ୩୮୯.୪୭ କୋଟି ଟଙ୍କାର ରାଜସ୍ବ ହାସଲ କରିଥିବା ବେଳେ ୩୫୨.୦୫ କୋଟି ଟଙ୍କାର ରପ୍ତାନି କରିଛି। ଏହି ସମୟରେ କଂପାନି ୫୯,୩୭ ୧ଟନ୍ ଫେରୋକ୍ରୋମ୍ ଉତ୍ପାଦନ କରିଥିବା ୫୯,୨୨୧ ଟନ୍‌ର ଫେରୋକ୍ରୋମ୍ ବିକ୍ରି କରିଛି। ସେହି ସମୟରେ ୨୭୫ ମେଗା ୟୁନିଟ୍ ବିଦ୍ୟୁତ ଉତ୍ପାଦନ କରିଛି। ଆର୍ଥିକ ଫଳାଫଳ ବିଷୟରେ ଇମ୍ଫାର ଏମ୍‌ଡି ଓ ସିଇଓ ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି ଯେ, ଧାତୁ ମୂଲ୍ୟ ଅସ୍ଥିର ରହୁଥିବା ବେଳେ ବଜାର ପରିସ୍ଥିତି ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ ରହିଛି। ତାହା କଂପାନିର ପ୍ରଦର୍ଶନରେ ପ୍ରତିଫଳିତ ହୋଇଛି।

ସମ୍ବନ୍ଧିତ ଖବର