ନୂଆଦିଲ୍ଲୀ: ଚିନି ଆମଦାନି କମ୍ କରିବା ପାଇଁ ୧୦୦% ଆମଦାନି ଶୁଳ୍କ ଲଗାଇବାକୁ ଖାଦ୍ୟ ମନ୍ତ୍ରଣାଳୟ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏବେ ଆନ୍ତର୍ଜାତିକ ବଜାରରେ ସୁଲଭ ମୂଲ୍ୟରେ ଚିନି ମିଳୁଥିବାରୁ ଅଧିକ ପରିମାଣର ଚିନି ବ୍ୟବସାୟୀମାନେ ଆମଦାନି କରୁଛନ୍ତି। ଏଭଳି ପରିସ୍ଥିତିରେ ସ୍ଥାନୀୟ ଚିନି ଉତ୍ପାଦନକାରୀଙ୍କୁ ସୁରକ୍ଷା ପ୍ରଦାନ କରିବା ଏବଂ ଚିନି କଳଗୁଡ଼ିକ ଚାଷୀମାନଙ୍କୁ ଯେଭଳି ଠିକ୍ ସମୟରେ ପେମେଣ୍ଟ୍ ପ୍ରଦାନ କରିପାରିବେ ତାହାକୁ ନିଶ୍ଚିତ କରିବା ପାଇଁ ୧୦୦% ଆମଦାନି ଶୁଳ୍କ ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି। ସ୍ଥାନୀୟ ଆଖୁ ଚାଷୀଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଚିନି ଉପରେ ଆମଦାନି ଶୁଳ୍କ ୫୦%ରୁ ବୃଦ୍ଧି ପାଇ ୧୦୦% ହେବ। ଏ ନେଇ ଖୁବ୍ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ।
ଚିନି ଉପରେ ୧୦୦% ଆମଦାନି ଶୁଳ୍କ ଲାଗିବ!
/sambad/media/post_attachments/wp-content/uploads/2018/02/Global-sugar-s.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)