ପାକିସ୍ତାନ ଅର୍ଥନୀତି ମୁକାବିଲାରେ ଇମ୍ରାନ ବିଫଳ, ବ୍ୟବସାୟୀଙ୍କୁ ଭେଟିଲେ ପାକିସ୍ତାନ ସେନା ମୁଖ୍ୟ

ନୂଆଦିଲ୍ଲୀ: ସାମରିକ ଶାସନର ପରମ୍ପରା ଥିବା ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗୁରୁତ୍ବ କମିବାରେ ଲାଗିଛି। ଦେଶର ଆର୍ଥିକ ଦୂରାବସ୍ଥାକୁ ଦୂର କରିବା ଲାଗି ଇମ୍ରାନ ବିଫଳ ହେବା ପରେ ‌ପାକିସ୍ତାନର ସେନା ମୁଖ୍ୟ ସେହି କଥାରେ ମୁଣ୍ଡ ପୂରାଇବା ଆରମ୍ଭ କରିଛନ୍ତି। ଅର୍ଥନୀତିକୁ କିଭଳି ଆଗକୁ ବଢ଼ାଇ ହେବ ସେ ବିଷୟରେ ଆଲୋଚନା କରିବା ଲାଗି ପାକିସ୍ତାନ ସେନା ମୁଖ୍ୟ କମର ଜାବେଦ ବଜୱା ଦେଶର ବିଶିଷ୍ଟ ଶିଳ୍ପପତିମାନଙ୍କୁ ଭେଟି ଆଲୋଚନା କରିଛନ୍ତି। ବ୍ଲୁମବର୍ଗରେ ପ୍ରକାଶିତ ଖବର ଅନୁଯାୟୀ, କରାଚି ଓ ରାୱଲପିଣ୍ଡିରେ ଥିବା ସେନା କାର୍ଯ୍ୟାଳୟରେ କଡ଼ା ନିରାପତ୍ତା ଭିତରେ ଦେଶର ପ୍ରମୁଖ ବ୍ୟବସାୟୀମାନଙ୍କୁ ବଜୱା ତିନି ତିନି ଥର ଭେଟି କଥାବାର୍ତା କରିଛନ୍ତି। ଦେଶରେ ପୁଞ୍ଜିନିବେଶ ପରିମାଣ ବଢ଼ାଇବା ଲାଗି କ’ଣ ପଦକ୍ଷେପ ଗ୍ରହଣ କରାଯିବା ଦରକାର ତାହା ବ୍ୟବସାୟୀମାନଙ୍କଠାରୁ ବଜ୍‌ୱା ଜାଣିବାକୁ ପ୍ରୟାସ କରିଛନ୍ତି।

ସମ୍ବନ୍ଧିତ ଖବର