ଇସଲାମାବାଦ: ଗତ କିଛି ବର୍ଷ ହେଲା ଘୋର ଆର୍ଥିକ ସଙ୍କଟ ଦେଇ ଗତି କରି ଆସୁଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏବେ ବିଶ୍ବ ସମୁଦାୟର ଶରଣ ପଶିଛନ୍ତି। ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି, କରୋନା ମୁକାବିଲା ପାଇଁ ପାକିସ୍ତାନ ବର୍ତ୍ତମାନ ସୁଦ୍ଧା ପ୍ରାୟ ୮ ବିଲିୟନ ଡଲାରର ପ୍ୟାକେଜ୍ ପ୍ରଦାନ କରିସାରିଲାଣି। ସେ କହିଛନ୍ତି, କେବଳ ପାକିସ୍ତାନ ନୁହେଁ ଅଧିକାଂଶ ବିକାଶଶୀଳ ଦେଶର ଋଣ ଏବଂ ଜିଡିପି ଅନୁପାତ ଖୁବ୍ ଅଧିକ। ଗୋଟିଏ ପଟେ କରୋନା ମୁକାବିଲା ପାଇଁ ଆବଶ୍ୟକ ପରିବର୍ଦ୍ଧିତ ସ୍ବାସ୍ଥ୍ୟ ସେବା ପ୍ରଦାନ ଏବଂ ଅନ୍ୟପଟେ ଲୋକମାନେ ଯେଭଳି ଭୋକରେ ନମରିବେ ସେଥିପାଇଁ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଛି। କିନ୍ତୁ ବିକାଶଶୀଳ ଦେଶଗୁଡ଼ିକ ନିକଟରେ ଏଥିପାଇଁ ଆବଶ୍ୟକ ଅର୍ଥ ନାହିଁ। ତେଣୁ ବିକାଶଶୀଳ ଦେଶଗୁଡ଼ିକୁ ଋଣ ଛାଡ଼ କରିବା ପାଇଁ ସେ ଅନ୍ତର୍ଜାତୀୟ ସମୁଦାୟକୁ ଆହ୍ବାନ କରିଛନ୍ତି। ବିଭିନ୍ନ ଦେଶର ନେତୃବୃନ୍ଦଙ୍କ ସମେତ ଜାତିସଂଘର ମହାସଚିବ, ବିଶ୍ବ ବ୍ୟାଙ୍କ ଓ ଆଇଏମଏଫ ଭଳି ସଂସ୍ଥାର ମୁଖ୍ୟମାନେ ବିକାଶଶୀଳ ଦେଶଗୁଡ଼ିକରେ କରୋନା ମୁକାବିଲା ଉଦ୍ଦେଶ୍ୟରେ ଋଣ ଛାଡ଼ ଅଭିଯାନ ଆରମ୍ଭ କରନ୍ତୁ ବୋଲି ଇମ୍ରାନ ତାଙ୍କ ବାର୍ତ୍ତାରେ କହିଛନ୍ତି।
ଋଣ ଛାଡ଼ ପାଇଁ ବିଶ୍ବ ନେତାଙ୍କ ଶରଣ ପଶିଲେ ଇମ୍ରାନ
/sambad/media/post_attachments/wp-content/uploads/2020/02/PM-Imran-Khan-1-1-750x369.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)