ଭୁବନେଶ୍ବର: ବ୍ରିଟେନର ଦ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେରାଇନ୍ ଇଞ୍ଜିନିୟରିଂ, ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି (ଆଇମାର୍ଇଏସ୍ଟି)ର ଭାରତ ଶାଖା ଆଜି ଭୁବନେଶ୍ବରଠାରେ ଉଦ୍ଘାଟିତ ହୋଇଯାଇଛି। ହୋଟେଲ ମେ ଫେୟାର ଲାଗୁନ୍ରେ ଆୟୋଜିତ ଉତ୍ସବରେ ଏହି ଶାଖା ଉଦ୍ଘାଟନ ହୋଇଛି। ଅତିଥିଭାବେ ବ୍ରିଟିସ ଡେପୁଟି ହାଇକମିସନ (ପୂର୍ବ ଏବଂ ଉତ୍ତରପୂର୍ବ ଭାରତ) ଆଣ୍ଡ୍ର୍ୟୁ ଫ୍ଲେମିଂ ଯୋଗଦେଇ ଉକ୍ତ ଶାଖାକୁ ଉଦ୍ଘାଟନ କରିବା ଅତୀତରେ କଳିଙ୍ଗ କିଭଳି ନୌବାଣିଜ୍ୟରେ ସମୃଦ୍ଧ ଥିଲା ତାହାର ଅବତାରଣା କରିଥିଲେ। ଏହି ଶାଖା ଆଗାମୀ ଦିନରେ ଭାରତ ଓ ବ୍ରିଟେନ ମଧ୍ୟରେ ନୌବାଣିଜ୍ୟକୁ ବୃଦ୍ଧି କରିବ ବୋଲି ସେ ମତ ଦେଇଥିଲେ। ଅନ୍ୟତମ ଅତିଥିଭାବେ ଭାରତ ସରକାରଙ୍କ ଜାହାଜ ଚଳାଚଳ ବିଭାଗର ଉପମହାନିର୍ଦ୍ଦେଶକ ଦୀପେନ୍ଦର ସିଂହ ବିସେନ ଯୋଗଦେଇ ନୌବାଣିଜ୍ୟ କ୍ଷେତ୍ରକୁ ଆଗକୁ ନେବାପାଇଁ ଭାରତ ଗ୍ରହଣ କରୁଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ।
ଏହି ଶାଖା ଭାରତର ନୀଳ ଅର୍ଥନୀତିକୁ ମଜଭୁତ କରିବା ସହିତ ନୌବାଣିଜ୍ୟ କ୍ଷେତ୍ରରେ ଭାରତର ପ୍ରତିଯୋଗିତାକ୍ଷମତାକୁ ବଢ଼ାଇବ ବୋଲି ସେ କହିଥିଲେ। ଅନ୍ୟତମ ଅତିଥିଭାବେ ସିଏମ୍ଏମ୍ଆଇର ଅଧ୍ୟକ୍ଷ, ଏମ୍ଏସ୍ଇ କ୍ରୁଇଂ ସର୍ଭିସେସ୍ର ଏମ୍ଡି ତଥା ଆଇମାର୍ଇଏସ୍ଟି-ଭାରତ ଶାଖାର ଅବୈତନିକ ଅଧ୍ୟକ୍ଷ କ୍ୟାପଟେନ ମହେନ୍ଦ୍ର ଭାସିନ ଏହି ଶାଖା ସ୍ଥାପନର ଲକ୍ଷ୍ୟ, ଗବେଷଣା ଏବଂ ଭାରତୀୟ ସାମୁଦ୍ରିକ କ୍ଷେତ୍ରରେ ନବସୃଜନ ସଂପର୍କରେ ବକ୍ତବ୍ୟ ରଖିଥିଲେ। ଆଇମାର୍ଇଏସ୍ଟି, ଲଣ୍ଡନର ମୁଖ୍ୟ କାର୍ଯ୍ୟନିର୍ବାହୀ ଚିଫ୍ ଇଞ୍ଜିନିୟର କ୍ରିସ ଗୋଲ୍ଡସୱର୍ଦି ଆଇମାର୍ଇଏସ୍ଟିର ବିଶ୍ବ ଦୃଷ୍ଟିକୋଣ ସଂପର୍କରେ ସୂଚନା ଦେଇଥିଲେ। ଆଇମାର୍ଇଏସ୍ଟି ଭାରତ ଶାଖାର ଅବୈତନିକ ସମ୍ପାଦକ କ୍ୟାପଟେନ ଗୌରବ ଛାବା ସ୍ବାଗତ ଭାଷଣ ଦେଇଥିଲେ। ଆଇମାର୍ଇଏସ୍ଟିର ନିର୍ଦ୍ଦେଶକ ନାଓମି ଟେଲର ସଂସ୍ଥା ସଂପର୍କରେ ବିସ୍ତୃତ ତଥ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ନୌବାଣିଜ୍ୟ କ୍ଷେତ୍ରର ପେସାଦାର ବ୍ୟକ୍ତିମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/19/sfssfxcxxc-2025-10-19-05-21-08.jpg)