୧୦ ମିନିଟ୍‌ରେ ଝୁନ୍‌ଝୁନ୍‌ୱାଲା ପତ୍ନୀଙ୍କ ଆୟ ୮୫୦ କୋଟି

ନୂଆଦିଲ୍ଲୀ: ଚର୍ଚ୍ଚିତ ନିବେଶକ ରାକେଶ ଝୁନ୍‌ଝୁନ୍‌ୱାଲାଙ୍କ ପତ୍ନୀ ରେଖା ୧୦ ମିନିଟ୍‌ରେ ୮୫୦ କୋଟି ଟଙ୍କା ଆୟ କରିଛନ୍ତି। ଟାଇଟାନ୍ କଂପାନିର ସେୟାର ମୂଲ୍ୟରେ ଘଟିଥିବା ବୃଦ୍ଧି ଯୋଗୁଁ ତାଙ୍କୁ ଏହି ସଫଳତା ମିଳିଛି। ଆଜି ଷ୍ଟକ ବଜାରରେ କାରବାରର ୧୦ ମିନିଟ୍ ଭିତରେ ଟାଇଟାନ୍‌ର ସେୟାର ପିଛା ଦାମ୍ ୨୩୪୭ ଟଙ୍କାକୁ ବୃଦ୍ଧି ପାଇବାରୁ କଂପାନିର ମୋଟ ବଜାର ପୁଞ୍ଜି (ମାର୍କେଟ୍‌ କ୍ୟାପିଟାଲାଇଜେସନ୍‌) ୧୭,୭୮୦ କୋଟି ଟଙ୍କା ବୃଦ୍ଧି ପାଇ ୨ ଲକ୍ଷ ୮ ହଜାର ୩୫୦ କୋଟି ଟଙ୍କାରେ ପହଞ୍ଚିଛି। ଟାଇଟାନ୍‌ରେ ରେଖାଙ୍କ ୪.୮୧ ପ୍ରତିଶତ ଅଂଶଧନ ରହିଛି। ସେହି ଆଧାରରେ ତାଙ୍କୁ ୮୫୦ କୋଟି ଟଙ୍କାର ଲାଭ ମିଳିଛି।

ସମ୍ବନ୍ଧିତ ଖବର