୬ ରାଜ୍ୟରେ ପେଟ୍ରୋଲ୍ ୧୦୦ ଟପିଲା

ନୂଆଦିଲ୍ଲୀ: ସାରା ଦେଶରେ ପେଟ୍ରୋଲ୍ ଦାମ୍ ଆକାଶଛୁଆଁ ସ୍ତରରେ ପହଞ୍ଚିଛି। ଛଅଟି ରାଜ୍ୟରେ ପେଟ୍ରୋଲ୍ ଦାମ୍ ୧୦୦ ଟଙ୍କାରୁ ଅଧିକ ହୋଇଛି। ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଲଦାଖ୍, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ପେଟ୍ରୋଲ୍ ୧୦୦ ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରି ହେଉଛି। ଆଜି ତେଲ କଂପାନିଗୁଡ଼ିକ ପେଟ୍ରୋଲ୍ ଦାମରେ ୨୭ ପଇସା ଓ ଡିଜେଲ୍ ଦାମ୍ ୨୮ ପଇସା ବଢ଼ାଇଛନ୍ତି। ଗତ ମେ’ ୪ ତାରିଖ ପରଠାରୁ ଏହା ପେଟ୍ରୋଲ୍ ଦାମ୍‌ରେ ୨୦ତମ ବୃଦ୍ଧି। ଏହି ୨୦ ଥରରେ ପେଟ୍ରୋଲ୍ ମୂଲ୍ୟ ୪ ଟଙ୍କା ୨୯ ପଇସା ଓ ଡିଜେଲ ଦାମ୍ ୫ ଟଙ୍କା ୨୮ ପଇସା ବଢ଼ିଲାଣି। ମୁମ୍ବାଇରେ ପେଟ୍ରୋଲ୍ ଦାମ୍ ୧୦୧ ଟଙ୍କାରୁ ଅଧିକ ହୋଇଛି। ଦିଲ୍ଲୀରେ ପେଟ୍ରୋଲ୍ ମୂଲ୍ୟ ୯୫ ଟଙ୍କା ହୋଇଛି।

ସମ୍ବନ୍ଧିତ ଖବର