ଦୁବାଇ: ନୂଆବର୍ଷରେ କେତେକ ଉପସାଗରୀୟ ଦେଶରେ ଟିକସ ପ୍ରଚଳନ କରାଯାଇଛି। ଟିକସମୁକ୍ତ ଦେଶ ବୋଲି କୁହାଯାଉଥିବା ଉପସାଗରୀୟ ଦେଶଗୁଡ଼ିକ ମଧ୍ୟରୁ ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ପ୍ରଥମେ ଏହି ଟିକସ ଲାଗୁ କରିଛନ୍ତି। ଏତଦ୍ବ୍ୟତୀତ ସାଉଦି ଆରବରେ ନୂଆବର୍ଷରୁ ପେଟ୍ରୋଲ ମୂଲ୍ୟରେ ୧୨୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରାଯାଇଛି। ନୂଆ ଟିକସ ସହିତ ପେଟ୍ରୋଲ ମୂଲ୍ୟ ବୃଦ୍ଧି ଦ୍ୱାରା ଗ୍ରାହକଙ୍କୁ ବଡ଼ ଝଟକା ଲାଗିଛି। ପେଟ୍ରୋଲ ଦର ବୃଦ୍ଧି ରବିବାର ମଧ୍ୟରାତ୍ରିରୁ କାର୍ଯ୍ୟକାରୀ କରାଯାଇଛି।
ଆରବ ଦେଶରେ ଟିକସ ଯୁଗ ଆରମ୍ଭ
/sambad/media/post_attachments/wp-content/uploads/2018/01/500notes.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)