ନୂଆଦିଲ୍ଲୀ: ବିମୁଦ୍ରୀକରଣ ସମ୍ପର୍କିତ ତଥ୍ୟ ଦେଉନଥିବା ଭାରତୀୟ ରିଜର୍ଭ ବ୍ୟାଙ୍କକୁ କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) କଡ଼ା ଭାଷାରେ ସମାଲୋଚନା କରିଛି। ସୂଚନା ଅଧିକାର ଆଇନ ବଳରେ ଜଣେ ବ୍ୟକ୍ତି ବିମୁଦ୍ରୀକରଣକୁ ନେଇ ହୋଇଥିବା ସବୁ ବୈଠକ ବିଷୟରେ ବିବରଣୀ ମାଗିଥିଲେ। ସେହି ଆବେଦନକୁ ରିଜର୍ଭ ବ୍ୟାଙ୍କ ଅତି ଖାମଖିଆଲି ଭାବେ ଗ୍ରହଣ କରିଥିବା ସିଆଇସି ଜାଣିବାକୁ ପାଇଛନ୍ତି। ପ୍ରଥମେ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଗଲା ଯେ, ଏହି ସବୁ ସୂଚନା ସାର୍ବଜନୀନ କରାଯାଇପାରିବ ନାହିଁ। ଦେଶର ସଂହତି, ନିରାପତ୍ତା, ରଣନୀତି, ବୈଜ୍ଞାନିକ ଓ ଅର୍ଥନୈତିକ ସ୍ବାର୍ଥ ଆଦି କ୍ଷେତ୍ର ସହିତ ସମ୍ପର୍କ ଥିଲେ ସୂଚନା ଦେବାକୁ ମନା କରାଯାଇପାରିବ ବୋଲି ଆର୍ଟିଆଇ ଆଇନର ଏକ ଧାରାରେ ବ୍ୟବସ୍ଥା ରହିଛି। ସେହି ଧାରାର ବାହାନା କରି ରିଜର୍ଭ ବ୍ୟାଙ୍କ ତଥ୍ୟ ଦେବାକୁ ମନା କରିଦେଇଥିଲା। ରିଜର୍ଭ ବ୍ୟାଙ୍କର ଏହି ନିଷ୍ପତ୍ତି ବିରୋଧରେ ସୂଚନା ଅଧିକାର କର୍ମୀ ଭେଙ୍କଟେଶ ନାୟକ ସିଆଇସି ନିକଟରେ ଆବେଦନ କରିଥିଲେ। ଆର୍ଟିଆଇ ଆବେଦନର ୧୫ ମାସ ପରେ ହୋଇଥିବା ଶୁଣାଣି ବେଳେ ରିଜର୍ଭ ବ୍ୟାଙ୍କର ପ୍ରତିନିଧି ସ୍ବୀକାର କରିଥିଲେ ଯେ, ଭୁଲରେ ସୂଚନା ଦେବାକୁ ମନା କରାଯାଇଥିଲା। ତେବେ ଶୁଣାଣି ବେଳେ ରିଜର୍ଭ ବ୍ୟାଙ୍କର ମୁଖ୍ୟ ସୂଚନା ଅଧିକାରୀ (ସିପିଆଇଓ) ଅନୁପସ୍ଥିତ ଥିବାରୁ ସୂଚନା କମିସନର ସୁଭାଷ ଚନ୍ଦ୍ରା ବିରକ୍ତି ପ୍ରକାଶ କରିଥିଲେ। ଆସନ୍ତା ଶୁଣାଣି ବେଳେ ସିପିଆଇଓଙ୍କୁ ଜାହର ହେବାକୁ ନିର୍ଦେଶ ଦିଆଯାଇଛି।
ବିମୁଦ୍ରୀକରଣ ତଥ୍ୟ ଦେଉନଥିବାରୁ ରିଜର୍ଭ ବ୍ୟାଙ୍କକୁ ସିଆଇସିର ଭର୍ତ୍ସନା
/sambad/media/post_attachments/wp-content/uploads/2019/02/rupee-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)