ଡିଜିଟାଲ୍ ପେମେଣ୍ଟ୍‌ରେ ଫୋନ୍‌ପେ ଶୀର୍ଷରେ

ନୂଆଦିଲ୍ଲୀ: କ୍ରମାଗତ ଦ୍ବିତୀୟ ମାସ ଲାଗି ଫୋନ୍‌ପେରେ ଗୋଟିଏ ମାସରେ ୧୧୮ କୋଟି ଥର କାରବାର ହୋଇଛି। ଏହି ପ୍ଲାଟଫର୍ମରେ ଏପ୍ରିଲ୍‌ରେ ୨.୩୪ ଲକ୍ଷ କୋଟି ଟଙ୍କାର କାରବାର ହୋଇଛି। ଡିଜିଟାଲ୍ ପେମେଣ୍ଟ୍‌ କ୍ଷେତ୍ରରେ ଏହା ଦେଶରେ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ରହିଛି ଗୁଗୁଲ୍ ପେ। ସେଥିରେ ୧.୯୦ ଲକ୍ଷ କୋଟି ଟଙ୍କାର କାରବାର ହୋଇଛି। ପେଟିଏମ ପେମେଣ୍ଟ୍‌ ବ୍ୟାଙ୍କ ତୃତୀୟ, ଆମାଜନ୍ ପେ’ ଚତୁର୍ଥ, ଭିମ୍ ପଞ୍ଚମ ଏବଂ ହ୍ବାଟସ୍‌ଆପ୍ ଷଷ୍ଠ ସ୍ଥାନରେ ରହିଛି ବୋଲି ନ୍ୟାସନାଲ୍ ପେମେଣ୍ଟ୍‌ କର୍ପୋରେସନ୍ ଅଫ୍ ଇଣ୍ଡିଆର (ଏନ୍‌ପିସିଆଇ) ତଥ୍ୟରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର