ସରକାରୀ ବିଦ୍ୟାଳୟରେ ଖୋଲିଲା ‘ଏସ୍‌ଟିଇଏମ୍ ଲ୍ୟାବ୍‌’

ଭୁବନେଶ୍ବର: ବିଜ୍ଞାନ ଶିକ୍ଷାର ପ୍ରସାର ପାଇଁ ଦିନବନ୍ଧୁ ଟ୍ରଷ୍ଟ୍‌ ଓ ଅଗ୍ରଣୀ ଆଇଟି କଂପାନି କ୍ୟାପ୍‌ଜେମିନି ସହଯୋଗରେ ପୁବାଶାସନ ଓ ନହଳାପଡ଼ା ସ୍କୁଲ୍‌ରେ ଆଜି ‘ଏସ୍‌ଟିଇଏମ୍ ଲ୍ୟାବ୍‌’ ଖୋଲାଯାଇଛି। ଏହି ଲ୍ୟାବ୍‌କୁ ଓଡ଼ିଶା ଦକ୍ଷତା ବିକାଶ କତୃର୍ପକ୍ଷର ମୁଖ୍ୟ ସୁବ୍ରୋତ ବାଗ୍‌ଚୀ ଉଦ୍‌ଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ସଚିବ ସଂଗ୍ରାମ ମହାପାତ୍ର, କ୍ୟାପ୍‌ଜେମିନିର ବରିଷ୍ଠ ନିର୍ଦେଶକ ମାନସ ମିଶ୍ର, ଦିନବନ୍ଧୁ ଟ୍ରଷ୍ଟ୍‌ ଓଡ଼ିଶା ଶାଖାର ଅବୈତନିକ ନିର୍ଦେଶକ ରାମକୃଷ୍ଣ ମହାପାତ୍ର ଏବଂ ଟ୍ରଷ୍ଟ୍‌ର ମ୍ୟାନେଜିଂ ଟ୍ରଷ୍ଟି ଶୈବାଲ୍ ମିତ୍ର ଉପସ୍ଥିତ ଥିଲେ। ଏହି ଲ୍ୟାବ୍‌ ଜରିଆରେ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଏବଂ ଗଣିତ ଉପରେ ଶିକ୍ଷାଦାନ କରାଯିବ।

ସମ୍ବନ୍ଧିତ ଖବର