ବିଜେପି ମୁଖା ଖେୋଲିଦେଲେ ବିଜେପି ନେତା ସୁବ୍ରମଣ୍ୟମ୍‌ ସ୍ୱାମୀ, କହିଲେ; ଜେଟ୍‌କୁ କମ ଦାମ୍‌ରେ ସ୍ପାଇସ୍‌ଜେଟ୍‌କୁ ବିକିବାକୁ ଚାହୁଁଛନ୍ତି ଅରୁଣ ଜେଟ୍‌ଲୀ ଏବଂ ଜୟନ୍ତ ସିହ୍ନା

ନୂଆଦିଲ୍ଲୀ : ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଗୁରୁବାର ଏକ ଟୁଇଟ୍‌ କରି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଏବଂ ବେସାମରିକ ବିମାନ ଚାଳଚଳର ରାଜ୍ୟମନ୍ତ୍ରୀ ଜୟନ୍ତ ସିହ୍ନାଙ୍କ ବିରୋଧରେ ଗମ୍ଭୀର ଆରୋପ ଲଗାଇଛନ୍ତି । ତାଙ୍କ କହିବା ଅନୁଯାୟୀ, ଦୁହେଁ ଜେଟ୍‌ର ପତନ ପାଇଁ ଦାୟୀ । ଯାହାର ଫାଇବା ଏବେ ସ୍ପାଇସ୍‌ଜେଟ୍‌କୁ ମିଳୁଛି ବୋଲି କହିଛନ୍ତି । ଦୁହେଁ ବିଜେପିର ସମ୍ମାନକୁ ଖରାପ କରିଥିବାରୁ ଏହି ମାମଲା ଉପରେ ତର୍ଜମା କରି ଦୁହିଁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୋଦୀଙ୍କୁ କହିଛନ୍ତି ସୁବ୍ରମଣ୍ୟମ ସ୍ୱାମୀ ।

ଟୁଇଟ୍‌ କରି, “ମୁଁ ମୋଦୀଜୀଙ୍କୁ କହିବାକୁ ଚାହୁଁଛି କି, ସେ ଅରୁଣ ଜେଟ୍‌ଲୀ ଏବଂ ଜୟନ୍ତ ସିହ୍ନାଙ୍କୁ ଏଭଳି କାମ କରିବାକୁ ରୋକନ୍ତୁ । ଦୁହେଁ ଜେଟ୍‌ ଏୟାରେଓ୍ଵଜ୍‌କୁ ସ୍ପାଇସ୍‌ଜେଟ୍‌କୁ ଦେବା ପାଇଁ ଚେଷ୍ଟା ଚଳାଇଛନ୍ତି । ଏଭଳି କରି ସେମାନେ ନିଜ ପଦର ଭୁଲ ବ୍ୟବହାର କରିବା ସହ ବିଜେପିର ସମ୍ମାନ ଏବଂ ପ୍ରତିଷ୍ଠାକୁ ନଷ୍ଟ କରୁଛନ୍ତି” ବୋଲି ଲେଖିଥିଲେ ସୁବ୍ରମଣ୍ୟମ ସ୍ୱାମୀ ।

ସୂଚନା ମୁତାବକ, କମ୍ପାନି ଉପରେ ୮ହଜାର କୋଟି ଟଙ୍କା ଋଣ ଭାର ରହିଥିବାରୁ ଏହାକୁ ସୁଝି ନ ପାରି ଆଜି ଦେବାଳିଆ ହୋଇ ପଡ଼ିଛି ଜେଟ୍‌ ଏୟାରେଓ୍ଵଜ୍‌ । କୌଣସି ବ୍ୟାଙ୍କ ପାଣ୍ଠି ଦେବାକୁ ରାଜି ନ ହେବାରୁ ବିମାନ ଚଳାଚଳକୁ ବନ୍ଦ କରି ଦିଆଯାଇଛି । ପୂର୍ବରୁ ସ୍ପାଇସ୍‌ଜେଟ୍‌ ଜେଟ୍‌ର ୫୦୦କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିବା ବେଳେ ଜେଟ୍‌କୁ ଅକ୍ତିଆର କରିବାର ଯୋଜନା କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର