ନୂଆଦିଲ୍ଲୀ: ଗତ ମେ’ରେ ମାରୁତି ସୁଜୁକି ୧୮୫୩୯ଟି ଗାଡ଼ି ବିକ୍ରି କରିଛି। ସେଥି ମଧ୍ୟରୁ ୧୩,୬୮୫ଟି ଗାଡ଼ି ଦେଶ ଭିତରେ ବିକ୍ରି ହୋଇଥିବା ବେଳେ ଅନ୍ୟାନ୍ୟ ଅସଲି ଉପକରଣ ନିର୍ମାତା (ଓଇଏମ୍)ଙ୍କୁ ୨୩ଟି ଗାଡ଼ି ବିକ୍ରି କରିଛି। ଏପ୍ରିଲ୍ ମାସରେ କଂପାନିର ବିକ୍ରି ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ଦେଶରେ ଲକ୍ଡାଉନ୍ କଟକଣା କିଛିଟା କୋହଳ ହୋଇଥିବାରୁ ମାରୁତି ଏହାର ବିକ୍ରି ବଢ଼ାଇବାରେ ସଫଳ ହୋଇଛି। କଂପାନି ଏହାର ଗୁରୁଗ୍ରାମ ଓ ମାନେସର କାରଖାନାକୁ ମଧ୍ୟ ଚାଲୁ କରିଛି। ସାରା ଦେଶରେ କଂପାନିର ଥିବା ସୋ’ରୁମ୍ ଓ ୱାର୍କସପ୍ଗୁଡ଼ିକ ଧୀରେ ଧୀରେ ଖୋଲୁଛି। ଡିଜିଟାଲ୍ ମାଧ୍ୟମରେ ମଧ୍ୟ କଂପାନି ବୁକିଙ୍ଗ୍ ହାସଲ କରୁଛି।
ମେ’ରେ ମାରୁତି ବିକିଲା ୧୮,୫୩୯ ଗାଡ଼ି
/sambad/media/post_attachments/wp-content/uploads/2020/04/DzireOxfordBluemergednew-image-black-v3.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)